Our Messages in Oriya | ଓଡ଼ିଆ

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି । ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକୁ ଠିକଠାକ ରଖିବା ସର୍ତ୍ତରେ ସେଗୁଡିକୁ ଅନୁବାଦ ଏବଂ ଗ୍ରାହ୍ୟ କରାଯାଇ ପାରେ । ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ସଠିକ ଏବଂ ଅଧୁନାତନ କରାଯାଇଛି ବୋଲି ସୁନିଶ୍ଚିତ କରିବା ପାଇଁ ଅନେକ ଯତ୍ନ ନିଆଯାଇଛି । ସ୍ୱାସ୍ଥ୍ୟ ଶିକ୍ଷାବିଦମାନେ ସେମାନଙ୍କ ଶ୍ରେଣୀକକ୍ଷ ଏବଂ ପ୍ରକଳ୍ପରେ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକଳାପକୁ ସରଞ୍ଚିତ କରିବା ପାଇଁ, ତଥା ଆଲୋଚନା ଓ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ବ୍ୟବହାର କରିଥାନ୍ତି ।

ଉଦାହରଣ ସ୍ୱରୁପ, ଭଲ ଭାବେ ହାତ ଧୋ‍ଇବା ବିଷୟରେ ଏକ ବାର୍ତ୍ତାକୁ ଶିଖିବା ପରେ, ପିଲାମାନେ ପରସ୍ପର ତଥା ସେମାନଙ୍କ ପରିଜନଙ୍କୁ ପଚାରି ପାରନ୍ତି ‘ଆମ ପରିବାର ଓ ସମୂହର ଲୋକମାନେ ଭଲ ଭାବରେ ହାତ ଧୋ‍ଇବା ଏତେ କଠିନ ବୋଲି ମନେ କରିବାର କାରଣ କଣ ରହିଛି?’ ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ଶିଖିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଶିଶୁମାନେ ଏହି ସମସ୍ୟାକୁ ନେଇ କଥାବାର୍ତ୍ତା ହେବେ ଏବଂ ସେମାନେ ମିଳିମିଶି କିପରି ଏହି ସମସ୍ୟାର ସମାଧାନ କରିବାର ନିଷ୍ପତ୍ତି ଗ୍ରହଣ କରିବା ଦ୍ୱାରା ସେମାନେ ପରିବର୍ତ୍ତନର ଜଣେ ଜଣେ ପ୍ରତିନିଧି ହୋଇପାରିବେ । ବାର୍ତ୍ତା ଆଲୋଚନା ଓ କାର୍ଯ୍ୟର ଏକ ପ୍ରବେଶ ପଥ ଭଳି ।

ପିତାମାତା କିମ୍ବା ଶିକ୍ଷକମାନେ ପିଲାମାନଙ୍କୁ ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ମନେ ରଖିବା ପାଇଁ କହିପାରିବେ । ଅଥବା, ବାର୍ତ୍ତାଗୁଡ଼ିକ ମନେ ରଖିବାରେ ସାହାଯ୍ୟ କରିବା ପାଇଁ, ପିଲାମାନେ ପ୍ରତିଟି ସ୍ୱସ୍ଥ୍ୟ ବାର୍ତ୍ତା ସହିତ ଏକ କ୍ରିୟା ସୃଷ୍ଟି କରି ପାରିବେ । ଯେଉଁ ପିଲାମାନେ ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ଶିଖିଛନ୍ତି ଏବଂ ଅନ୍ୟ ମାନଙ୍କ ସହିତ ଭାଗ କରିଛନ୍ତି ସେମନଙ୍କୁ ପୁରସ୍କୃତ କରିବା ପାଇଁ ଛୋଟ ଛୋଟ ଉପହାରର ବ୍ୟବହାର କରାଯାଇ ପାରେ । ଉଦାହରଣ ସ୍ୱରୁପ, ଗୋଟିଏ ରିବନ ବା ରଙ୍ଗିନ କପଡ଼ାର ଏକ ଖଣ୍ଡ ଉପହାର ଭାବରେ ଦିଆଯାଇ ପାରେ । ତାପରେ ପିଲାମାନେ ସେମାନେ ଶିଖିଥିବା ଏବଂ ଭାଗ କରିଥିବା ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବାଡ଼ିରେ ସେଗୁଡ଼ିକୁ ଗୁଡ଼ାଇ ଏକ ରଙ୍ଗିନ ଇନ୍ଦ୍ରଧନୂ ବାଡ଼ି ତିଆରି କରିବାର ମଜା ନେଇ ପାରିବେ ।

ଶିଶୁମାନେ ଶିଖିବା ଓ ଭାଗ କରିବା ପାଇଁ 100 ଟି ସ୍ୱସ୍ଥ୍ୟ ବାର୍ତ୍ତା ୟୁକେ’ର କେମ୍ବ୍ରିଜରେ ଅବସ୍ଥିତ ଏକ ଛୋଟ ଏନଜିଓ, ଚିଲରେନ ଫର ହେଲ୍‌ଥ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଚିଲରେନ ଫର ହେଲ୍‌ଥ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ଶିକ୍ଷା ଅଂଶିଦାର ମାନଙ୍କ ସହିତ କାର୍ଯ୍ୟ କରିଥାଏ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି, ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ ।

1. ଶିଶୁମାନଙ୍କ ଯତ୍ନ ନେବା (Oriya, Caring for Babies & Young Children)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 1 ର 10 ଟି ବାର୍ତ୍ତା ଦିଆଯାଇଛି: ଶିଶୁମାନଙ୍କ ଯତ୍ନ ନେବା

  1. ଶିଶୁ ଏବଂ ଛୋଟ ପିଲାମନଙ୍କ ସହିତ ଯେତେଟା ସମ୍ଭବ ଖେଳାଖେଳି କରନ୍ତୁ, କୋଳାନ୍ତୁ, କଥା ହୁଅନ୍ତୁ, ହସନ୍ତୁ ଓ ଗୀତ ଗାଆନ୍ତୁ ।
  2. ଶିଶୁ ଏବଂ ଛୋଟ ପିଲାମାନେ ସହଜରେ ରାଗି ଯାଆନ୍ତି, ଭୟଭୀତ ହୋଇଯାନ୍ତି ଓ ଲୁହ ଗଡାଇଥାନ୍ତି, ଏବଂ ସେମାନଙ୍କ ଭାବ ପ୍ରକାଶ କରିପାରନ୍ତି ନାହିଁ । ସର୍ବଦା ସଦୟ ହୁଅନ୍ତୁ ।
  3. ଛୋଟ ଶିଶୁମାନେ ଶିଘ୍ର ଶିଖିଥାନ୍ତି: କିପରି ଚାଲିବା, ଶବ୍ଦ କରିବା, ଖାଇବା ଓ ପିଇବା ଆଦି । ସେମାନଙ୍କୁ ସାହାଯ୍ୟ କରନ୍ତୁ ମାତ୍ର ସେମାନଙ୍କୁ ନିରାପଦ ତ୍ରୁଟି ମଧ୍ୟ କରିବାକୁ ଦିଅନ୍ତୁ!
  4. ସମସ୍ତ ଝିଅ ଏବଂ ପୁଅ ପରସ୍ପର ଭଳି ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ସମସ୍ତଙ୍କୁ ଉତ୍ତମ ବ୍ୟବହାର କରନ୍ତୁ, ବିଶେଷ କରି ସେହି ପିଲାମାଙ୍କୁ ଯେଉଁ ମାନେ ଅସୁସ୍ଥ ବା ଯେଉଁମାନଙ୍କର ଶାରୀରିକ ଅକ୍ଷମତା ରହିଛି ।
  5. ଛୋଟ ପିଲାମାନେ ତାଙ୍କ ଚାରିପାଖରେ ଥିବା ଲୋକଙ୍କ କାର୍ଯ୍ୟର ନକଲ କରିଥାନ୍ତି । ନିଜକୁ ଠିକ ରଖନ୍ତୁ, ସେମାନଙ୍କ ପାଖରେ ଭଲ ଆଚରଣ କରନ୍ତୁ ଏବଂ ସେମାନଙ୍କୁ ଭଲ ରାସ୍ତା ଦେଖାନ୍ତୁ ।
  6. ଯେତେବେଳେ ଛୋଟ ପିଲାମାନେ କାନ୍ଦନ୍ତି, ତାହାର କୌଣସି କାରଣ ଅଛି (କ୍ଷ୍ୟୁଧା, ଭୟ, ବେଦନା). କାହିଁକି ଜାଣିବା ପାଇଁ ଚେଷ୍ଟା କରନ୍ତୁ ।
  7. ସଂଖ୍ୟା ଓ ଶବ୍ଦର ଖେଳ, ରଙ୍ଗ କରିବା ଓ ଚିତ୍ର ଆଙ୍କିବା ଦ୍ୱାରା, ଛୋଟ ପିଲାମାନଙ୍କୁ ସ୍କୁଲରେ ଶିଖିବା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରନ୍ତୁ । ସେମାନଙ୍କ ପାଇଁ ଗୀତ ଗାଆନ୍ତୁ, ନାଚନ୍ତୁ ଓ କାହାଣୀ ଶୁଣାନ୍ତୁ ।
  8. ଏକ ସମୂହମଧ୍ୟରେ, ନନଜାତକ ମାନେ ହାମ୍ବୁଡିବା ଏବଂ ସେମାନେ ଶବ୍ଦ କରିବା, ଚାଲିବା, କଥା ହେବା ପରି ଗୁରୁତ୍ୱପୂର୍ଣ୍ଣ ’ପ୍ରଥମ କାମ’ ଗୁଡ଼ିକ କିପରି କରୁଛନ୍ତି, ତାହା ଅନୁଧ୍ୟାନ କରନ୍ତୁ ଏବଂ ଗୋଟିଏ ନୋଟବୁକରେ ରେକର୍ଡ କରନ୍ତୁ ।
  9. ପ୍ରାପ୍ତ ବୟସ୍କ ଯତ୍ନ ପ୍ରଦାନକାରୀ ଓ ବଡ଼ ପିଲାମାନଙ୍କୁ ରୋଗ ପ୍ରତିରୋଧ କରିବାରେ ସାହାଯ୍ୟ କରନ୍ତୁ, ଦେଖନ୍ତୁ ଯେ ଶିଶୁ ଏବଂ ଛୋଟ ପିଲାମାନେ ପରିସ୍କାର ଅଛନ୍ତି (ବିଶେଷ କରି ହାତ ଓ ମୁହଁ), ପରିସ୍କାର ପାଣି ପିଉଛନ୍ତି ଏବଂ ଯଥେଷ୍ଟ ପରିମାଣରେ ଭଲ ଖାଦ୍ୟ ଖାଉଛନ୍ତି ।
  10. ଶିଶୁ ଓ ଛୋଟ ପିଲାମାନଙ୍କୁ ଭଲ ପାଇବା ଦିଅନ୍ତୁ କିନ୍ତୁ ନିଜକୁ ଭୁଲନ୍ତୁ ନାହିଁ । ଆପଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ଶିଶୁମାନଙ୍କ ଯତ୍ନ ନେବା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଶବ୍ଦ ଏବଂ ଆମ ନିଜ ଭାଷାରେ ଶିଶୁମାନଙ୍କ ଯତ୍ନ ନେବାରେ ଆମ ନିଜ ପାଇଁ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ’ପୁଅପିଲା’ ଓ ’ଝିଅପିଲା’ ମାନଙ୍କୁ ଅଲଗା ଦଳରେ ଭାଗ କରନ୍ତୁ; ପୁଅମାନଙ୍କୁ ’ଝିଅମାନଙ୍କ ଖେଳ’ ଏବଂ ଝିଅମାନଙ୍କୁ ’ପୁଅମାନଙ୍କ ଖେଳ’ ଖେଳିବାକୁ ଦିଅନ୍ତୁ । ତାପରେ, ଉଭୟ ଦଳକୁ ଖେଳ ବିଷୟରେ ଆଲୋଚନା କରିବାକୁ ଦିଅନ୍ତୁ । ଉଦାହରଣ ସ୍ୱରୁପ, ତୁମେ ଖେଳଟିକୁ ପୁଅମାନଙ୍କର ବା ଝିଅମାନଙ୍କ ଖେଳ ବୋଲି କୁହାଯିବାରେ ଏକମତ କି? କାହିଁକି ହଁ ବା କାହିଁକି ନୁହେଁ?
  • ଘରେ ବା ସ୍କୁଲରେ ’ଭଲ’ ବା ’ଖରାପ’ ଆଚରଣ ଏବଂ କାହିଁ କି ସେଗୁଡ଼ିକୁ ଏପରି ବ୍ୟାଖ୍ୟା କରାଯାଇଛି ଆଲୋଚନା କରନ୍ତୁ ।
  • ଆମେ ଏହି ବିଷୟରେ କଣ ଜାଣିଛୁ ତାହା ଅନ୍ୟମାନଙ୍କୁ ଦେଖାଇବା ପାଇଁ ପୋଷ୍ଟର ତିଆରି କରନ୍ତୁ ।
  • ଘରେ, ସ୍କୁଲରେ ବା ଗୋଷ୍ଠି ସମୁଦାୟରେ ଖେଳଣା ତିଆରି ପ୍ରତିଯୋଗୀତାର ଆୟୋଜନ କରନ୍ତୁ ଯେପରିକି ମୋବାଇଲ, ଝୁମଝୁମି, ବିଲ୍ଡିଂ ବ୍ଲକ, କଣ୍ଢେଇ, ଜୀବଜନ୍ତୁ ଏବଂ ଛବି ବହି ଇତ୍ୟାଦି ।
  • ରୋଗ ପ୍ରତିରୋଧ କରିବାର ସହଜ ପଦକ୍ଷେପଗୁଡ଼ିକ ପ୍ରଦର୍ଶିତ କରିବା ପାଇଁ ଚିତ୍ରାଙ୍କନ ବା ପୋଷ୍ଟର ପ୍ରସ୍ତୁତ କରନ୍ତୁ ଯେପରିକି ସାବୁନରେ ହାତ ଧୋ‍ଇବା, ଟିକାକରଣ, ଏବଂ ଏକ ସୁଷମ ଖାଦ୍ୟ ଖାଇବା ।
  • ଛୋଟ ପିଲାମାନଙ୍କ ସହିତ ଯତ୍ନକାରୀ ଖେଳୁଥିବାର ଏକ କ୍ଷୁଦ୍ର ନାଟକ ପ୍ରସ୍ତୁତ କରନ୍ତୁ । ଦୁଇଜଣ ମା’ଙ୍କ ମଧ୍ୟରେ ସଂଳାପର ଆଦାନପ୍ରଦାନକୁ ସେମାନେ ଖେଳି ପାରିବେ; ସେମାନଙ୍କ ମଧ୍ୟରୁ ଜଣେ ବିଶ୍ୱାସ କରନ୍ତି ଯେ ଛୋଟ ପିଲାମାନେ ଚୁପ ରହିବା ଉଚିତ ଏବଂ ଅନ୍ୟ ଜଣେ ବିଶ୍ୱାସ କରନ୍ତି ଯେ ମଜା କରିବା କରିବା ଉଚିତ । ଗୋଟିଏ ଆବେଗ/ଅନୁଭୁତିକୁ ମୂକାଭିନୟ /ଅଭିନୟକୁ କେବଳ ଅଙ୍ଗଭଙ୍ଗୀ ଓ ମୌଖିକ ଅଭିବ୍ୟକ୍ତି ଦ୍ୱାରା ଅଭିନୟ କରନ୍ତୁ । ଅନ୍ୟାନ୍ୟ ପିଲାମାନେ ଅନୁଭୁତି ବା ଆବେଗ କଣ ତାହା ଅନୁମାନ କରନ୍ତି ।
  • ପିତାମାତା ଓ ଜେଜେଙ୍କୁ ପଚାରନ୍ତୁ କାହିଁକି ଓ କଣ ଶିଶୁଟିକୁ କନ୍ଦାଏ ବା ହସାଏ ଏବଂ ସେମାନେ କଣ ଖୋଜି ପାଇଲେ ତାହା ଶ୍ରେଣୀରେ ଭାଗ କରନ୍ତୁ ।
  • ଗୋଟିଏ ଶ୍ରେଣୀ ବା ଦଳ ସ୍ଥାନୀୟ ଗୋଷ୍ଠି ମଧ୍ୟରୁ ଗୋଟିଏ ଶିଶୁକୁ ପୋଷ୍ୟ ଗ୍ରହଣ କରିପାରିବେ । ଶିଶୁଟି କିପରି ବଢ଼ୁଛି ତାହା ଜାଣିବା ପାଇଁ ମା ମାସକୁ ଥରେ ଦଳର ପରିଦର୍ଶନ କରିଥାନ୍ତି ।
  • ପରିସ୍କାର ରହିବା ଓ ସୁରକ୍ଷିତ ପାଣି ପିଇବା ପରି ରୋଗ ପ୍ରତିରୋଧ କରିବାର ସହଜ ପଦକ୍ଷେପଗୁଡ଼ିକ ବର୍ଣ୍ଣନା କରିବା ପାଇଁ ଗୋଟିଏ ଗୀତ ତିଆରି କର ଏବଂ ଘରେ ଛୋଟ ଭାଇ ଭ‍ଉଣୀକୁ ଗାଇ ଶୁଣାଅ ।
  • ବଡ଼ ପିଲାମାନେ ତାଙ୍କ ବାପାମାଙ୍କ ସାକ୍ଷାତକାର ନିଅନ୍ତୁ ଏବଂ ପଚାରନ୍ତୁ ସେମାନଙ୍କ ଶିଶୁ ଏବଂ ଛୋଟ ପିଲାମାନଙ୍କ ଯତ୍ନ ନେଲାବେଳେ କଣ ସବୁଠାରୁ କଠିନ ହୋଇଥିଲା ଏବଂ କଣ ସେମାନଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରିଥିଲା ।
  • କିପରି ଗୋଟିଏ ଶିଶୁର ମସ୍ତିସ୍କର ବିକାଶ ଘଟେ ତୁମକୁ କହିବା ପାଇଁ ଜଣେ ସ୍ୱାସ୍ଥ୍ୟ କର୍ମୀ ବା ଜଣେ ବିଜ୍ଞାନ ଶିକ୍ଷକଙ୍କୁ ପଚାରନ୍ତୁ ।
  • ବଡ଼ ପିଲାମାନେ ତାଙ୍କ ଗୋଷ୍ଠିରେ ବୟସ୍କମାନଙ୍କୁ କହିପାରନ୍ତି ସେମାନଙ୍କୁ ଗୀତ, ଗପ ଏବଂ ଖେଳସବୁ ଶିଖାଇବା ପାଇଁ, ଏବଂ ଶିଶୁମାନଙ୍କୁ ଓ ଛୋଟ ପିଲାମାନଙ୍କୁ ଗୀତ ଗାଇ ଶୁଣାଇବାକୁ ।
  • ପିଲାମାନେ ପ୍ରାପ୍ତବୟସ୍କମାନଙ୍କୁ ପଚାରି ପାରନ୍ତି ତାଙ୍କ ମତରେ କଣ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ ଯାହାଦ୍ୱାରା ଶିଶୁମାନଙ୍କୁ ରୋଗ ଆକ୍ରମଣ୍ରୁ ପ୍ରତିହତ କରାଯାଇ ପାରିବ ।

ଅଧିକ ତଥ୍ୟ ପାଇଁ ଦୟାକରି www.childrenforhealth.org ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

2. କାଶ, ଥଣ୍ଡା ଓ ଅସୁସ୍ଥତା (Oriya, Coughs, Colds & Pneumonia)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 2 ର 10 ଟି ବାର୍ତ୍ତା ଦିଆଯାଇଛି : କାଶ, ଥଣ୍ଡା ଓ ଅସୁସ୍ଥତା

  1. ରୋଷେଇ କରିବା ନିଆଁରୁ ବାହାରୁଥିବା ଧୁଆଁରେ ଏହାର ଛୋଟ କଣିକା ରହିଥାଏ ଯାହା ଫୁସଫୁସ ମଧ୍ୟକୁ ପରିଯାଇପାରେ ଏବଂ ଅସୁସ୍ଥ କରିପାରେ । ଧୁଆଁକୁ ଏଡ଼ାଇବା ପାଇଁ ବାହାରେ ଅଥବା ଯେଉଁଠାରେ ତାଜା ପବନ ଅସିପାରିବ ଏବଂ ଧୁଆଁ ବାହାରି ଯାଇପାରିବ ସେହିପରି ସ୍ଥାନରେ ରୋଷେଇ କରନ୍ତୁ ।sa,, picture of a person coughing
  2. ତମ୍ବାଖୁ ଧୂମପାନ ଫୁସଫୁସକୁ ଦୁର୍ବଳ କରିଦିଏ । ଅନ୍ୟ ଲୋକମାନେ କରୁଥିବା ଧୂମପାନରୁ ବାହାରୁଥିବା ଧୁଆଁ ନିଶ୍ୱାସରେ ନେବା ମଧ୍ୟ କ୍ଷତିକାରକ ।
  3. ପ୍ରତ୍ଯେକଙ୍କୁ କାଶ ଓ ଥଣ୍ଡା ହୋଇଥାଏ । ଅଧିକାଂଶ ଦ୍ରୁତ ଭାଲ ହୋ‍ଇଯାଆନ୍ତି । ଯଦି କାଶ ବା ଥଣ୍ଡା 3 ସପ୍ତାହରୁ ଅଧିକ ଧରି ଲାଗି ରହେ, ସ୍ୱାସ୍ଥ୍ୟ କ୍ଲିନିକକୁ ଯାଆନ୍ତୁ ।
  4. କିଛି ଜୀବାଣୁକୁ ବେକଟେରିୟା ଏବଂ ଅନ୍ୟ ଗୁଡ଼ିକୁ ଭାଇରସ କୁହନ୍ତି । ଭାଇରସଗୁଡ଼ିକ ସର୍ବାଧିକ କାଶ ଓ ଥଣ୍ଡାର କାରଣ ଏବଂ ଔଷଧ ଦ୍ୱାରା ତାକୁ ମରାଯାଇ ପରେ ନାହିଁ ।
  5. ଫୁସଫୁସ ଶରୀରର ଏକ ଅଂଶ ଯାହା ଶ୍ୱାସପ୍ରଶ୍ୱାସ କରିଥାଏ । କାଶ ଓ ଥଣ୍ଡା ଫୁସଫୁସକୁ ଦୁର୍ବଳ କରିଦିଏ । ନିମୋନିୟା ଏକ ବେକଟେରିୟା ଜୀବାଣୁ ଯାହା ଦୁର୍ବଳ ଫୁସଫୁସରେ ଗୁରୁତର ଅସୁସ୍ଥତା ଘଟାଏ ।
  6. ନିମୋନିୟାର ଏକ ଲକ୍ଷଣ (ଏକ ଗୁରୁତର ଅସୁସ୍ଥତା) ଦ୍ରୁତ ଶ୍ୱାସପ୍ରଶ୍ୱାସ ନେବା । ଶ୍ୱାସପ୍ରଶ୍ୱାସକୁ ଶୁଣନ୍ତୁ । ଛାତି ଉପରକୁ ଉଠିବା ଓ ଖସିବାକୁ ନଜର କରନ୍ତୁ । ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ଅସୁସ୍ଥତା ଓ ଛାତିରେ ପିଡ଼ା ହେବା ।
  7. ଗୋଟିଏ 2 ମାସର ନବଜାତକ ଶିଶୁ, ଗୋଟିଏ ମିନିଟରେ 60 ବା ତା’ଠାରୁ ଅଧିକ ଶ୍ୱାସପ୍ରଶ୍ୱାସ ନେଉଥିଲେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀ ପାଖକୁ ନେଇଯିବା ଉଚିତ! 1-5 ବର୍ଷର ପିଲାମାନଙ୍କ କ୍ଷେତ୍ରରେ ମିନିଟକୁ 20-30 ରୁ ଅଧିକ ହେବାକୁ ଦ୍ରୁତ ଶ୍ୱାସପ୍ରଶ୍ୱାସ କୁହାଯାଏ ।
  8. ଏକ ସୁଷମ ଖାଦ୍ୟ (ଏବଂ ସ୍ଥନ୍ୟପାନ କରୁଥିବା ନବଜାତକ), ଏକ ଧୁଆଁ-ମୁକ୍ତ ଘର ଏବଂ ଟିକାକରଣ ନିମୋନିୟା ପରି ଗୁରୁତର ଅସୁସ୍ଥତାକୁ ପ୍ରତିହତ କରିବାରେ ସାହାଯ୍ୟ କରେ ।
  9. ଉଷ୍ମତା ବଜାୟ ରଖି, ସ୍ୱାଦିଷ୍ଟ ପାନୀୟ (ଯେପରିକି ସୁପ‌ ଏବଂ ଜୁସ) ପାନ କରି, ବିଶ୍ରାମ ନେଇ ଏବଂ ନାକକୁ ପରିସ୍କାର ରଖିବା ଦ୍ୱାରା କାଶ ଓ ଥଣ୍ଡାର ଚିକିତ୍ସା କରନ୍ତୁ ।
  10. କାଶ, ଥଣ୍ଡା ଓ ଅନ୍ୟାନ୍ୟ ଅସୁସ୍ଥତା ଅନ୍ୟକୁ ବ୍ୟାପିବାରୁ ଅଟକାନ୍ତୁ। ହାତ ଓ ଖାଇବା ତଥା ପି‍ଇବା ବାସନକୁ ପରିସ୍କାର ରଖନ୍ତୁ, ଏବଂ କାଗଜରେ କାଶନ୍ତୁ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

କାଶ, ଥଣ୍ଡା ଏବଂ ଅସୁସ୍ଥତା: ପିଲାମାନେ କଣ କରିପାରିବେ?

  • ଆମ ନିଜ ଶବ୍ଦ ଏବଂ ଆମ ନିଜ ଭାଷାରେ କାଶ, ଥଣ୍ଡା ଏବଂ ଅସୁସ୍ଥାତା ଉପରେ ନିଜ ପାଇଁ ବାର୍ତ୍ତା ତିଆରି କରନ୍ତି!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ନିଜ ଘରର ଏକ ପରିକଳ୍ପନା ତିଆରି କର । କେଉଁଠାରେ ଧୁଆଁଳିଆ ଅଛି, କେଉଁଠାରେ ନାହିଁ? ଛୋଟ ପିଲାମାନେ ଧୁଆଁ ଠାରୁ ଦୁରରେ କେଉଁଠାରେ ଖେଳିବା ନିରାପଦ?
  • ବିପଜ୍ଜନକ ରୋଗ ଯେପରିକି ମିଳିମିଳା ଏବଂ ଦମା କାଶ ପରି ରୋଗ ବିରୁଦ୍ଧରେ ଟୀକା ପ୍ରଦାନ ପାଇଁ ସେମାନଙ୍କ ସନ୍ତାନକୁ ନେଇଯିବା ପାଇଁ ପିତାମାତାଙ୍କୁ ଉତ୍ସାହିତ କରିବାକୁ ପୋଷ୍ଟର ତିଆରି କର ।
  • ନିମୋନିୟା ଉପରେ ଏକ ଗୀତ ପ୍ରସ୍ତୁତ କର ଏବଂ ଆମ ପରିବାର ଓ ବନ୍ଧୁମାନଙ୍କ ସହିତ ଭାଗ କର!
  • କେତେବେଳେ ଆମ ଶ୍ୱାସପ୍ରଶ୍ୱାସ ଦ୍ରୁତ ହେଉଛି ଓ କେତେବେଳେ ତାହା ସାଧାରଣ ହେଉଛି ଗଣନା କରିବା ପାଇଁ ଏକ ସୁତା ଓ ପଥର ଖଣ୍ଡ ସାହାଯ୍ୟରେ ଏକ ପେଣ୍ଡୁଲମ ବା ଦୋଳକ ପ୍ରସ୍ତୁତ କର, ଏବଂ ଆମେ କଣ ଶିଖିଛୁ ତାହା ଆମ ପରିବାର ପରିଜନକୁ ଦେଖାଅ ।
  • ସ୍ତନ୍ୟପାନ କରୁଥିବା ନବଜାତକ ଶିଶୁ ଉପରେ ନିଜସ୍ୱ ନାଟକ ପ୍ରସ୍ତୁତ କର ।
  • ଜ୍ୱର ହେବା କ୍ଷେତ୍ରରେ ଥଣ୍ଡା ରଖିବା, ଏବଂ ଥଣ୍ଡା ଧରିଥିବା କ୍ଷେତ୍ରରେ ଉଷୁମ ରଖିବା ଉପରେ ଏକ ନାଟକ ପ୍ରସ୍ତୁତ କର ।
  • ଘରେ ଓ ସ୍କୁଲରେ ଖାଇବା ପୁର୍ବରୁ ଏବଂ ଶୌଚାଗାର ବ୍ୟବହାର କରିବା ପରେ ସାବୁନ ଦ୍ୱାରା ଆମ ହାତ ଧୋ‍ଇବାରେ ସାହାଯ୍ୟ କରିବା ପାଇଁ ଏକ ଟିପା କଳ ପ୍ରସ୍ତୁତ କର ।
  • ଜୀବାଣୁ ବ୍ୟାପିବାରୁ ଅଟକାଇବା ପାଇଁ, ଏବଂ କିପରି ନିଜକୁ କାଶ ଓ ଥଣ୍ଡା ବିରୁଦ୍ଧରେ ସୁରକ୍ଷିତ କରିବେ ପାଇଁ କିପରି ସାବୁନ ଓ ପାଣିରେ ହାତ ଧୋ‍ଇବାକୁ ହୁଏ ଶିଖ ।
  • ବିଭିନ୍ନ ପରିସ୍ଥିତିକୁ ଅଭିନୟ କରିବା ଦ୍ୱାରା ଯାହା ନିମୋନିୟା ହେ‍ଇପାରେ ଅଥବା ଥଣ୍ଡା ଲଗିବା ହୋ‍ଇପାରେ, ନିମୋନିୟା ଉପରେ ଆମର ଜ୍ଞାନ ପରିକ୍ଷା କର ।
  • ପଚାରନ୍ତୁ ନିମୋନିୟା ପାଇଁ ବିପଦର ଲକ୍ଷଣଗୁଡ଼ିକ କଣ କଣ? ଆମେ ଆମ ପରିବାର ସହିତ କଣ ଶିଖିଥାଉ ତାହା ଭାଗ କରନ୍ତୁ ।
  • ପଚାରନ୍ତୁ ଧୁମପାନ କେଉଁଠାରେ ନିଷିଦ୍ଧ? ତୁମ ସ୍କୁଲ ଧୁଆଁ ମୁକ୍ତ କି?
  • ପଚାରନ୍ତୁ କଣ ଆମକୁ ଦ୍ରୁତ ଶ୍ୱାସ ନେବାକୁ ବାଧ୍ୟ କରେ? ଯେତେବେଳେ କେହି ଜଣେ ନିମୋନିୟା ଠାରୁ ବିପଦ ମଧ୍ୟରେ ରହିଛନ୍ତି ସେତେବେଳେ ଦ୍ରୁତ ଶ୍ୱାସପ୍ରଶ୍ୱାସକୁ ଚିହ୍ନଁଟ କରିବା ପାଇଁ ଆମେ ଆମ ଶ୍ୱାସପ୍ରଶ୍ୱାସର ପରିମାପ କରିପାରିବା ।
  • ପଚାରନ୍ତୁ କାଶ ଓ ଥଣ୍ଡାର ଚିକିତ୍ସା କରିବା ପାଇଁ ନୁତନ ଓ ପୁରାତନ ଉପାୟଗୁଡ଼ିକ କଣ?
  • ପଚାରନ୍ତୁ ଜିବାଣୁ କିପରି ବ୍ୟାପିଥାଏ? ଖେଳିବା ମଧ୍ୟମରେ ଶିଖିବା କରମର୍ଦନ ବା ହ୍ୟାଣ୍ଡସେକ କରିବା ଖେଳ

ଟିପି ଟ୍ୟାପ, ପେଣ୍ଡୁଲମ ବା ହ୍ୟାଣ୍ଡଶେକ ଖେଳ, ଅଥବା ଅନ୍ୟ କୌଣସି ତଥ୍ୟ ପାଇଁ, ଦୟାକରି www.childrenforhealth.org ବା clare@childrenforhealth.org ରେ ଯୋଗାଯୋଗ କରନ୍ତୁ ।

3. ଟୀକାକରଣ (Oriya, Immunisation)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 3 ର 10 ଟି ବାର୍ତ୍ତା ଦିଆଯାଇଛି: ଟୀକାକରଣ

  1. ସମଗ୍ର ବିଶ୍ୱରେ ଲକ୍ଷାଧିକ ପିତାମାତା ପ୍ରତି ବର୍ଷ ସେମାନଙ୍କ ପିଲାମାନେ ଶକ୍ତିଶାଳୀ ଭାବେ ବଢ଼ି ଉଠିବା ଏବଂ ରୋଗ ଠାରୁ ସୁରକ୍ଷିତ ରହିବା ପାଇଁ ଟୀକାକରଣ ପାଇଁ ନେଇଥାଆନ୍ତି ।
  2. ଯେତେବେଳେ ତୁମେ ଏକ ସଂକ୍ରାମକ ରୋଗ ଦ୍ୱାରା ଅସୁଅସ୍ଥ ହୋ‍ଇପଡ଼, ସେତେବେଳେ ଏକ ଅତି କ୍ଷୁଦ୍ର, ଜୀବାଣୁ ତୁମ ଶରିରରେ ପ୍ରବେଶ କରିଥାଏ । ଏହି ଜୀବାଣୁ ଆହୁରି ଅଧିକ ଜୀବାଣୁ ଶୃଷ୍ଟି କରେ ଏବଂ ଶରୀର ଠିକ ଭାବେ କାର୍ଯ୍ୟ କରିବାକୁ ବନ୍ଦ କରିଦିଏ ।
  3. ଜୀବାଣୁ ସହିତ ଲଢ଼ିବା ପାଇଁ ତୁମ ଶରୀରରେ ଏକ ବିଶେଷ ସୈନିକ-ସଦୃଶ ରକ୍ଷକ ରହିଛି ଯାହାକୁ ଆଣ୍ଟିବଡ଼ି କୁହନ୍ତି । ଯେତେବେଳେ ଜୀବାଣୁଗୁଡ଼ିକ ମରିଯାଏ, ଆଣ୍ଟିବଡ଼ି ଶରୀର ମଧ୍ୟରେ ରହି ପୁଣି ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଥାଏ ।
  4. ଟୀକାକରଣ ମାଧ୍ୟମରେ ତୁମ ଶରୀର ମଧ୍ୟକୁ ଆଣ୍ଟିଜେନକୁ ପ୍ରବେଶ କରାଯାଏ (ଇଞ୍ଜେକ୍ସନ ମାଧ୍ୟମରେ ବା ପାଟିରେ) । ରୋଗ ସହିତ ଲଢିବା ପାଇଁ ସେଗୁଡ଼ିକ ତୁମ ଶରୀରକୁ ସୈନିକ ପରି ଆଣ୍ଟିବଡ଼ି ତିଆରି କରିବା ପାଇଁ ଶିଖାଇଥାଏ ।
  5. ରୋଗ ବିରୁଦ୍ଧରେ ସୁରକ୍ଷା ପ୍ରଦାନ ପାଇଁ ଶରୀରରେ ଯଥେଷ୍ଟ ଏଣ୍ଟିବଡ଼ି ଗଢିତୋଳିବା ପାଇଁ କିଛି ଟୀକାକରଣ ଏକାଧିକ ବାର ଦେବାକୁ ପଡ଼ିଥାଏ ।
  6. ଭୟଙ୍କର ରୋଗ ଯାହା ମୃତ୍ୟୁ ଏବଂ ଯନ୍ତ୍ରଣାର କରଣ, ଯେପରିକି ମିଳିମିଳା, ଯକ୍ଷ୍ମା, ଡିପଥେରିୟା, ଦମା କାଶ, ପୋଲିଓ, ଟିଟାନସ(ଏବଂ ଆହୁରି ଅନେକ!), ଯାହାକୁ ଟୀକାକରଣ ମାଧ୍ୟମରେ ପ୍ରତିହତ କରାଯାଇପାରେ ।
  7. ତୁମ ଶରୀରକୁ ରକ୍ଷା କରିବା ପାଇଁ ରୋଗ ଆକ୍ରମଣ କରିବା ପୂର୍ବରୁ ଟୀକାକରଣ କରିବେନା ଉଚିତ ।
  8. ଶିଶୁମାମଙ୍କୁ ସୁରକ୍ଷିତ କରିବା ପାଇଁ ନବଜାତକମାନଙ୍କୁ ତୁରନ୍ତ ଟୀକା ଦିଆଯାଇଥାଏ । ଯଦି ଗୋଟିଏ ଶିଶୁ ତାର ସୁଯୋଗ ହରାଏ ତେବେ ତାକୁ ପରେ ମଧ୍ୟ ଟୀକା ଦିଆଯାଇପାରେ ।
  9. ବିଭିନ୍ନ ରୋଗ ପାଇଁ ବିଭିନ୍ନ ସମୟରେ ଟୀକାକରଣ କରାଯାଇପାରେ । ଆପଣଙ୍କ ଗୋଷ୍ଠି ପିଲାମାନଙ୍କୁ କେତେବେଳେ ଏବଂ କେଉଁଠି ଟୀକାକରଣ କରୁଛି ଖୋଜି ବାହାର କରନ୍ତୁ ।
  10. ଟୀକାକରଣ ଦିନ ଶିଶୁମାନେ ବା ଛୋଟ ପିଲାମାନେ ଯଦି ସାମାନ୍ୟ ଅସୁସ୍ଥ ରୁହନ୍ତି ତଥାପି ମଧ୍ୟ ସେମାନଙ୍କୁ ଟୀକା ଦିଆଯାଇପାରିବ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ଟୀକାକରଣ: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଶବ୍ଦ ଏବଂ ଆମ ନିଜ ଭାଷାରେ ଆମ ନିଜ ଟୀକାକରଣ ଉପରେ ବାର୍ତ୍ତା ତିଆରି କରନ୍ତି!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ଟୀକାକରଣ ଦିନଗୁଡ଼ିକ ପାଇଁ ପୋଷ୍ଟର ତିଆରି କରନ୍ତୁ ଏବଂ ଯେଉଁଠି ସମସ୍ତେ ସେଗୁଡ଼ିକୁ ଦେଖିପାରିବେ ସେଠାରେ ପ୍ରଦର୍ଶିତ କରନ୍ତୁ ।
  • ଆମ ଗ୍ରାମର ପିଲାମାନଙ୍କୁ କ୍ଷତି କରୁଥିବା ପ୍ରାଣନାଶକାରୀ ସମସ୍ତ ରୋଗକୁ ଅଟକାଇବା ପାଇଁ ଏକ ନାଟକ ପ୍ରସ୍ତୁତ କରନ୍ତୁ ।
  • ମାରାତ୍ମକ ରୋଗ ଠାରୁ ଆମକୁ ସୁରକ୍ଷିତ କରିବା ପାଇଁ ଯୁଦ୍ଧ କରୁଥିବା ଟୀକାକରଣ ସୁପରହିରୋର ଚିତ୍ର ସହିତ ଏକ କାହାଣୀ ତିଆରି କରନ୍ତୁ ।
  • ଡିପଥେରିୟା, ମିଳିମିଳା ଏବଂ ରୁବେଲା, ପେର୍ଟୁସିସ, ଯକ୍ଷ୍ମା, ଟିଟାନସ ଏବଂ ପୋଲିଓ ପରି ଟୀକାକରଣ ମାଧ୍ୟମରେ ଗୋଟିଏ ବା ଏକାଧିକ ରୋଗ ଉପରେ ଏକ ପୋଷ୍ଟର ତିଆରି କରନ୍ତୁ ।
  • ଏଣ୍ଟିବଡି, ଏକ ନମ୍ର, ଏକ ଦୃଢ଼ ରକ୍ଷକ ଯିଏ ଆମକୁ ସୁରକ୍ଷିତ ଓ ସୁସ୍ଥ ରଖେ, ତା ଉପରେ ଏକ ନାଟକ ବା କାହାଣୀ ତିଆରି କରନ୍ତୁ ।
  • ପ୍ରତ୍ୟେକ ରୋଗ ବିଷୟରେ ଜାଣନ୍ତୁ ଏବଂ କଣ ଶିଖିଲେ ତାହା ଅନ୍ୟ ପିଲା ଓ ଆମ ପରିବାର ସହିତ ଭାଗ କରନ୍ତୁ ।
  • ଗୋଟିଏ ନବଜାତକ ଶିଶୁ ଓ ତା ମା ପାଇଁ ତାର ଟୀକାକରଣ ସମୟ ସହିତ ଏକ ବିଶେଷ ଜନ୍ମଦିନ କାର୍ଡ ତିଆରି କରି ସେମାନଙ୍କୁ ଜୀବନର ପ୍ରଥମ ବର୍ଷ ସୁସାସ୍ଥ୍ୟ ଓ ଆନନ୍ଦମୟ ହେବା ପାଇଁ ଅଭିନନ୍ଦନ ଜଣାନ୍ତୁ!
  • ଆହୁରି ଅନେକ ରୋଗ ସମ୍ପର୍କରେ ଜାଣନ୍ତୁ ଯାହା ବିରୁଦ୍ଧରେ ଟୀକାକରଣ ଆମକୁ ସୁରକ୍ଷା ପ୍ରଦାନ କରେ ।
  • ବିକଳାଙ୍କ ପିଲାମାନଙ୍କୁ ସାହାଯ୍ୟ କରିବା ବିଷୟରେ ଆହୁରି ଅଧିକ ଜାଣନ୍ତୁ ।
  • ଟୀକାକରଣ ବିଷୟରେ ଆମେ କେତେଟା ଜାଣିଛୁ ଜାଣିବା ପାଇଁ ଧନ୍ଧା ତିଆରି କରନ୍ତୁ ଓ ତାହାର ସାମନା କରନ୍ତୁ । ତାହାକୁ ସାଙ୍ଗମାନେ ଓ ପରିବାର ପରିଜନ ସହିତ ଭାଗ କରନ୍ତୁ ।
  • କେଉଁ ଟୀକାକରଣ ଆମକୁ ଏକାଧିକ ବାର ପ୍ରୟୋଜନ ହୁଏ ଜାଣନ୍ତୁ । ଏବଂ ଯେଉଁ ପିଲାମାନେ ଯୀକାକରଣରୁ ବଞ୍ଚିତ ହୋ‍ଇଛନ୍ତି ସେମାନଙ୍କୁ ଖୋଜି ବାହାର କରନ୍ତୁ ।
  • ରୋଗଗୁଡ଼ିକର ସୁପର ପାୱାର ବା ମୂଳ ଶକ୍ତି କଣ ଏବଂ ଟୀକାକରଣ ସେଗୁଡ଼ିକୁ କିପରି ପରାଜିତ କରେ ଜାଣନ୍ତୁ ।
  • ଆମ ଶ୍ରେଣୀର ସମସ୍ତେ ଏବଂ ଆମ ଶିକ୍ଷକମାନଙ୍କର ଟୀକାକରଣ ହୋ‍ଇଛି କି ନାହିଁ ଯାଞ୍ଚ କରନ୍ତୁ ।
  • ବିଶେଷ ଟୀକାକରଣ ଇଭେଣ୍ଟଗୁଡ଼ିକ ବା ଦିନଗୁଡ଼ିକ ଏବଂ ସ୍ୱାସ୍ଥ୍ୟ ସପ୍ତାହ କେବେ ରହିଛି ଜାଣନ୍ତୁ ଯେତେବେଳେ ସମସ୍ତ ପିଲା ଓ ଶିଶୁମାନେ ଟୀକାକରଣ ପାଇଁ ଯାଇପାରିବେ ।
  • ଆମ ପରିବାରରେ କେହି ଟୀକାକରଣ କରିବାରୁ ବଞ୍ଚିତ ରହିଯାଇଛନ୍ତି କି ନାହିଁ ଜାଣନ୍ତୁ ଯାହା ଦ୍ୱାରା ସେମାନେ ତାହା ହେଇ ପାରିବେ ।
  • ଆମ ଦେଶରେ ଟୀକାକରଣ ସମ୍ପର୍କରେ ଏବଂ କେତେବେଳେ ଆମେ ଟୀକା ନେଇପାରିବୁ ତାହା ପଚାରନ୍ତୁ ।
  • ଆମ ପାରିବାରରେ କାହାର କୌଣସି ପ୍ରାଣନାଶକାରୀ ହୋ‍ଇଥିଲା କି ନାହିଁ ଏବଂ ସେମାନଙ୍କର କଣ ଘଟିଥିଲା ଜାଣନ୍ତୁ ।

ଅଧିକ ତଥ୍ୟ ପାଇଁ ଦୟାକରି www.childrenforhealth.org ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

4. ମେଲେରିୟା (Oriya, Malaria)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 4 ର 10 ଟି ବାର୍ତ୍ତା ଦିଆଯାଇଛି: ମେଲେରିୟା

  1. ମେଲେରିୟା ଏକ ରୋଗ ଯାହା ବ୍ୟାପିଥାଏ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ।
  2. ମେଲେରିୟା ହେଉଛି ବିପଜ୍ଜନକ । ଏହା ଜ୍ୱରର କାରଣ ହୁଏ ଏବଂ ମୃତ୍ୟୁ ମଧ୍ୟ ହୋ‍ଇପାରେ, ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ।
  3. କିଟନାଶକ ଦ୍ୱାରା ପରିଶୃତ କରାଯାଇଥିବା ମଶାରୀ ଭିତରେ ଶୋ‍ଇବା ଦ୍ୱାରା ମ୍ୟାଲେରିୟାକୁ ନିବାରଣ କରନ୍ତୁ ଯାହା ମଶାମାନଙ୍କୁ ମାରିଦିଏ ଏବଂ ଦଂଶନରୁ ରକ୍ଷା କରିଥାଏ ।
  4. ମ୍ୟାଲେରିୟା ମଶା ସୂର୍ଯାସ୍ତ ଓ ସୂର୍ଯୋଦୟ ମଧ୍ୟରେ ଦଂସନ କରିଥାଏ ।
  5. ଯେତେବେଳେ ପିଲାମାନଙ୍କୁ ମେଲେରିୟା ହୁଏ ସେମାନଙ୍କ ବୃଦ୍ଧି ଓ ବିକାଶ ଆହୁରି ଧୀର ହୁଏ ।
  6. ମେଲେରିୟା ମଶାକୁ ମାରିବା ପାଇଁ ତିନି ପ୍ରକାରରେ କୀଟନାଶକ ସିଞ୍ଚନ କରାଯାଏ: ଘର ମଧ୍ୟରେ, ବାୟୁମଣ୍ଡଳରେ ଏବଂ ପାଣିରେ ।
  7. ମେଲେରିୟାର ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଜ୍ୱର, ମୁଣ୍ଡ ବ୍ୟଥା, ପେଶୀ ଓ ପେଟରେ ପିଡ଼ା ହେବା, ଏବଂ ଶୀତ ଲାଗିବା । ଦ୍ରୁତ ପରୀକ୍ଷା ଓ ଚିକିତ୍ସା ଜୀବନ ବଞ୍ଚାଏ ।
  8. ସାସ୍ଥ୍ୟ କର୍ମୀଙ୍କ ନିର୍ଦେଶ ଅନୁସାରେ ଔଷଧ ମଧ୍ୟମରେ ମେଲେରିୟା ପ୍ରତିହତ ଏବଂ ଚିକିତ୍ସା କରାଯାଇପାରେ ।
  9. ମେଲେରିୟା ସଂକ୍ରମିତ ବ୍ୟକ୍ରିର ରକ୍ତରେ ବାସ କରେ ଏବଂ ରକ୍ତସ୍ୱଳ୍ପତା ଘଟାଇପାରେ, ଯାହା ତାଙ୍କୁ କ୍ଲାନ୍ତ ଏବଂ ଦୁର୍ବଳ କରିଦିଏ ।
  10. ମେଲେରିୟା ବିରୋଧୀ ପିଲ୍‌ଗୁଡ଼ିକ ଯେତେବେଳେ ଗୋଷ୍ଠି ମଧ୍ୟରେ ପ୍ରଚୁର ରହିଛି ସେତେବେଳେ ସ୍ଥାନେ ସ୍ଥାନେ ଏବଂ ସମୟ ସମୟରେ ମେଲେରିୟାଏବଂ ଏନିମିୟା ପ୍ରତିହତ ବା ହ୍ରାସ କରିପାରେ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ମେଲେରିୟା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଶବ୍ଦ ଏବଂ ଆମ ନିଜ ଭାଷାରେ ଆମ ନିଜ ମେଲେରିୟା ଉପରେ ବାର୍ତ୍ତା ତିଆରି କରନ୍ତି!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ମେଲେରିୟା କିପରି ବ୍ୟାପିଥାଏ ଏବଂ ଆମେ କିପରି ମେଲେରିୟା ପ୍ରତିରୋଧ କରିବା ପାଇଁ ଲଢେଇରେ ଯୋଗ ଦେଇ ପାରିବା ତା ଉପରେ ପୋଷ୍ଟର ତିଆରି କରନ୍ତୁ ।
  • ମଶାର ଜୀବନଚକ୍ର ଉପରେ ଅନ୍ୟ ଶିଶୁମାନଙ୍କୁ କହିବା ବା ଅଭିନୟ କରିଦେଖାଇବା ପାଇଁ କାହାଣୀ ବା ନାଟକ ତିଆରି କରନ୍ତୁ ।
  • କିଟନାଶକ ଦ୍ୱାରା ପରିଶୁଦ୍ଧ କରାଯାଇଥିବା ମଶାରୀ କିପରି ବ୍ୟବହାର କରିବେ ଏବଂ ଯତ୍ନ ନେବେ ଦେଖାଇବା ପାଇଁ ପୋଷ୍ଟର ତିଆର କରନ୍ତୁ!
  • ମଶା କାମୁଡ଼ିବା କିପରି ଅଟକାଇବେ ତା ଉପରେ କାହାଣୀ କୁହନ୍ତୁ ଏବଂ ପୋଷ୍ଟର ତିଆରି କରନ୍ତୁ ।
  • କିପରି ଗୋଟିଏ ଶିଶୁ ଅନ୍ୟ ଏକ ଶିଶୁର ମେଲେରିୟା ଲକ୍ଷଣଗୁଡ଼ିକ ଚିହ୍ନଟ କରିବ ଏବଂ ବୟସ୍କମାନଙ୍କୁ ତାକୁ ପରିକ୍ଷା ପାଇଁ ନେବାକୁ କହିବ ତା ଦେଖାଇବା ପାଇଁ କାହାଣୀ ବା ନଟକ ପ୍ରସ୍ତୁତ କରନ୍ତୁ ।
  • ମେଲେରିୟା ଓ ଆନିମିୟାର ଲକ୍ଷଣ, କିପରି କୃମି କାରଣରୁ ଆନିମିୟା ହୁଏ ଏବଂ କିପରି ମେଲେରିୟା ପାଇଁ ମଧ୍ୟ ଏନିମିୟା ହୋ‍ଇପାରେ ତାହା ଉପରେ କାହାଣୀ ବା ନାଟକ ପ୍ରସ୍ତୁତ କରନ୍ତୁ ।
  • ଆମ ଗୋଷ୍ଠି ମଧ୍ୟରେ କୌହ ସମୃଦ୍ଧ ଖାଦ୍ୟକୁ ନେଇ ପୋଷ୍ଟର ତିଆରି କରନ୍ତୁ ।
  • ମଶା କାମୁଡ଼ୁଥିବା ସମୟରେ ଛୋଟ ପିଲାମାନଙ୍କୁ ମଶୁରୀ ଭିତରେ ରହିବା ପାଇଁ ସାହାଯ୍ୟ କରନ୍ତୁ ।
  • ମଶୁରୀ ସଠିକ ଭାବେ ଗୁଞ୍ଜା ଯାଇଥିବା ଏବଂ ସେଥିରେ କୌଣସି କଣା ନଥିବା ନିଶ୍ଚିତ କରନ୍ତୁ ।
  • ଲୋକମାନେ କାହିଁକି ମଶାରୀ ବ୍ୟବହାର କରନ୍ତି ଓ କରନ୍ତି ନାହିଁ ଏବଂ ସେମାନେ ଗୋଟିଏ ମଶାରୀ କଣ କରେ ଓ କଣ କରେ ନାହିଁ ବୋଲି ବିଶ୍ୱାସ କରନ୍ତି ତା ଉପରେ କାହାଣୀ ବା ନାଟକ ପ୍ରସ୍ତୁତ କରନ୍ତୁ ।
  • ମଶାରୀ କିପରି ବ୍ୟବହାର କରିବେ ଲୋକମାନଙ୍କୁ ଦେଖାଇବା ପାଇଁ ଏକ ପ୍ରଚାର ଅଭିଯାନ ସଂଗଠିତ କରନ୍ତୁ!
  • ଜଣେ ସ୍ୱସ୍ଥ୍ୟ କର୍ମୀଙ୍କୁ ଆମ ସ୍କୁଲ ପରିଦର୍ଶନ କରିବା ପାଇଁ ଏବଂ ବଡ଼ ପିଲାମାନଙ୍କ ସହିତ ମଶାରୀର ବ୍ୟବହାର ଓ ପରୀକ୍ଷା ବିଷୟରେ କଥା ହେବା ପାଇଁ ଆମନ୍ତ୍ରଣ କରନ୍ତୁ!
  • ଅନ୍ୟମାନଙ୍କ ସହିତ ବାର୍ତ୍ତଗୁଡ଼ିକ ଭାଗ କରିବା ପାଇଁ ଗୀତ, ନାଚ ଓ ନାଟକର ପ୍ରୟୋଗ କରନ୍ତୁ!
  • ପଚାରନ୍ତୁ ଯେ ଆମ ପରିବାରରେ କେତେଜଣଙ୍କୁ ମେଲେରିୟା ହୋ‍ଇଥିଲା? ଆମେ କିପରି ମେଲେରିୟା ନିବାରଣ କରିପାରିବା? କୀଟନାଶକଦ୍ୱାରା ପରିଷ୍କୃତ ଦୀର୍ଘସ୍ଥାୟୀ ମଶାରୀ(LLINs) ଏବଂ ୱିଣ୍ଡୋ ସ୍କ୍ରିନ କିପରି ଏବଂ କେବେ ଟାଣିବେ ଓ ସେଗୁଡ଼ିକ କିପରି କାମ କରେ? ଗୋଷ୍ଠି ମଧ୍ୟରେ ଲୋକମାନେ କେବେ LLINs ପାଇପାରିବେ? ମେଲେରିୟା କିପରି ପ୍ରାଣହାନୀ କରେ? ମେଲେରିୟା ବିଶେଷ କରି ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କ ପାଇଁ କାହିଁକି ବିପଜ୍ଜନକ? ସ୍ୱାସ୍ଥ୍ୟ କର୍ମୀମାନେ ସନ୍ତାନ ପ୍ରସବ କରିଥିବା ମହିଳାମାନଙ୍କୁ କଣ ଦିଅନ୍ତି ଯାହା ଦ୍ୱାରା ସେମାନଙ୍କୁ ମେଲେରିୟା ହେବ ନାହିଁ ଏବଂ ତାକୁ ସେମାନେ କେତେବେଳେ ପାଇଥାନ୍ତି? ଲୌହ ଏବଂ ଲୌହ ସମୃଦ୍ଧ ଖାଦ୍ୟ (ମାଂସ, କିଛି ଶସ୍ୟଜାତ ଓ ସବୁଜ ପତ୍ରବିଶିଷ୍ଟ ପନିପରିବା) କିପରି ଏନିମିୟା ରୋକିବାରେ ସାହାଯ୍ୟ କରେ? ଲୋକାମାନେ କିପରି ନିଜକୁ ଏବଂ ପରସ୍ପରକୁ ମଶା କାମୁଡ଼ିବାରୁ ରକ୍ଷା କରିପାରିବେ? ରକ୍ତରେ ମେଲେରିୟା ରହିଛି କି ନାହି ଯାଞ୍ଚ କରିବା ପାଇଁ କରାଯାଉଥିବା ବିଶେଷ ପରୀକ୍ଷାକୁ କଣ କୁହନ୍ତି?

ଅଧିକ ତଥ୍ୟ ପାଇଁ ଦୟାକରି www.childrenforhealth.org ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

5. ଡାୟେରିୟା (Oriya, Diarrhoea)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 5 ର 10 ଟି ବାର୍ତ୍ତା ଦିଆଯାଇଛି: ଡାୟେରିୟା

  1. ଡାୟେରିୟା ହେଉଛି ତରଳ ମଳ ଯାହା ଦିନକୁ ତିନ ବା ଅଧିକ ଥର ହୋଇଥାଏ ।
  2. ଡାୟେରିୟା ପାଟିବାଟେ ଦୁଷିତ ଖାଦ୍ୟ ବା ପାନୀୟ, ବା ଅପରିସ୍କାର ଆଙ୍ଗୁଠିରେ ପାଟିକୁ ଛୁଁଇବା ଅଥବା ଅପରିସ୍କାର ଚାମଚ ବା କପ୍‌ ମାଧ୍ୟମରେ ଜୀବାଣୁ ପ୍ରବେଶ କରିବା ଦ୍ୱାରା ଘଟିଥାଏ ।
  3. ଜଳ ଓ ଲବଣ (ତରଳ) ହାନି ହେବା ଦ୍ୱାରା ଶରୀରକୁ ଦୁର୍ବଳ କରିଦିଏ । ଯଦି ତରଳ ପୂନଃସ୍ଥାପନ କରା ନଯାଏ, ଛୋଟ ପିଲାମାନଙ୍କର ଡାୟେରିୟାରୁ ଶୁଷ୍କୀକରଣ(ଡିହାଇଡ୍ରେଶନ) କାରଣରୁ ମୃତ୍ୟୁ ମଧ୍ୟ ଘଟିପାରେ ।
  4. ଅତିରିକ୍ତ ନିରାପଦ ପାଣି, ବା ପ‍ଇଡ଼ ବା ତୋରାଣି ଦେବା ଦ୍ୱାରା ଡାୟେରିୟା ପ୍ରତିରୋଧ କରାଯାଇ ପାରେ । ଶିଶୁମାନଙ୍କୁ ସବୁଠାରୁ ଅଧିକ ସ୍ତନ୍ୟ କ୍ଷୀରର ପ୍ରୟୋଜନ ହୁଏ ।
  5. ଡାୟେରିୟା ହୋ‍ଇଥିବା ଶିଶୁମାନଙ୍କର ପାଟି ଓ ଜଭ ଶୁଖିଲା, ଆଖି ଭିତରକୁ ପଶିଯିବା, ଆଖିରେ ପାଣି ନଥିବା, ଢିଲା ଚମଡ଼ା, ହାତ ଓ ଗୋଡ଼ ଥଣ୍ଡା ହେବା ପରି ହୋ‍ଇପାରେ । ଶିଶୁମାନଙ୍କ ମୁଣ୍ଡରେ ପଶିଯାଇଥିବା ନରମ ସ୍ଥାନ ରହି ପାରେ ।
  6. ପିଲାମାନେ ଦୈନିକ ପାଞ୍ଚଥରରୁ ଅଧିକ ପତଳା ଝାଡ଼ା ବା ରକ୍ତ ଝାଡ଼ା କରୁଥିଲେ ବା ବାନ୍ତି କରିବା ଆରମ୍ଭ କଲେ ନିଶ୍ଚିତ ରୁପେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖାଇବା ଉଚିତ ।
  7. ଓଆରଏସ (ORS) କହିଲେ ଓରାଲ ରିହାଇଡ୍ରେଶନ ସଲ୍ୟୁଶନ କୁ ବୁଝାଏ । ଦୋକାନ ବା କ୍ଲିନିକରେ ଓଆରଏସ ଖୋଜନ୍ତୁ । ଡାୟେରିୟା ପାଇଁ ଶ୍ରେଷ୍ଠ ପାନୀୟ ପ୍ରସ୍ତୁତ କରିବା ପାଇଁ ଏହାକୁ ପରିସ୍କାର ସ୍ୱଚ୍ଛ ପାଣିରେ ମିଳାନ୍ତୁ ।
  8. ଆଧିକାଂଶ ଡାୟେରିୟା ଔଷଧ କାମ କରେ ନାହିଁ କିନ୍ତୁ 6 ମାସରୁ ଅଧିକ ବୟସର ଶିଶୁମାନଙ୍କ ପାଇଁ ଜିଙ୍କ ପିଲ୍ସ ଡାୟେରିୟାକୁ ଶିଘ୍ର ରୋକିଥାଏ । ଓଆରଏସ ପାନୀୟ ମଧ୍ୟ ନିଶ୍ଚିତ ରୂପେ ଦିଆଯିବା ଉଚିତ ।
  9. ଡାୟେରିୟାରେ ଆକ୍ରାନ୍ତ ଛୋଟ ପିଲାମାନେ ସେମାନଙ୍କ ଶରୀରକୁ ଶକ୍ତିଶାଳୀ କରିବା ପାଇଁ ସ୍ୱାଦିଷ୍ଟ ଖାଦ୍ୟ, ଚକଟା ଯାଇଥିବା ଖାଦ୍ୟ ଯେତେ ଘନ ଘନ ସମ୍ଭବ ଖାଇବା ଆବଶ୍ୟକ ।
  10. ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା, ଉତ୍ତମ ସ୍ୱାସ୍ଥ୍ୟବିଧିର ଅଭ୍ୟାସ, ଟୀକାକରଣ(ନିଶେଷ କରି ରୋଟା ଭାଇରସ ଏବଂ ମିଳିମିଳା ବିରୁଦ୍ଧରେ) ଏବଂ ନିରାପଦ ଖାଦ୍ୟ ନିଶ୍ଚିତ କରିବା ଦ୍ୱାରା ଡାୟେରିୟା ପ୍ରତିହତ କରାଯାଇପାରେ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ଡାୟେରିୟା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଶବ୍ଦ ଏବଂ ଆମ ନିଜ ଭାଷାରେ ଆମ ନିଜ ଡାୟେରିୟା ଉପରେ ବାର୍ତ୍ତା ତିଆରି କରନ୍ତି!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ଏକ ସରଳ ମାଛି ଧରିବା ଯନ୍ତ୍ର ତିଆରି କରନ୍ତୁ ଯାହା ଜୀବାଣୁବାହି ମାଛିକୁ ଆମ ଖାଦ୍ୟ ଠାରୁ ଦୁରେଇ ରଖେ .।
  • ଡାୟେରିୟାର ଅନ୍ୟାନ୍ୟ ବିପଦ ଲକ୍ଷଣଗୁଡ଼ିକ ଅନ୍ୟମାନଙ୍କୁ ଦେଖାଇବା ପାଇଁ ପୋଷ୍ଟର ତିଆରି କରନ୍ତୁ ।
  • କେତେବେଳେ ଆମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ ପାଇଁ ଡାକିବା ଉଚିତ ତାହା ବିଷୟରେ ଏକ ଛୋଟ ନାଟକ ପ୍ରସ୍ତୁତ କରନ୍ତୁ ।
  • ଡାୟେରିୟା ପ୍ରତିରୋଧ କରିବା ପଦ୍ଧତି ସମ୍ପର୍କରେ ଆମକୁ ସାହାଯ୍ୟ କରିବା ପାଇଁ ଗୋଟିଏ ସାପ ଓ ସିଢ଼ି ଖେଳ ପ୍ରସ୍ତୁତ କରନ୍ତୁ ।
  • ଘର ଓ ସ୍କୁଲ ପାଇଁ ଏକ ପ୍ରାଥମିକ ଚିକିତ୍ସା କିଟ୍‍ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ଓଆରଏସ(ORS) ଥିବ ।
  • ଦୁଇଜଣ ମା ମଧ୍ୟରେ କିପରି ଡାୟେରିୟା ହୋ‍ଇଥିବା ସେମାନଙ୍କ ସେମାନଙ୍କ ସନ୍ତାନକୁ ସାହାଯ୍ୟ କରିବେ ସେ ବିଷୟରେ କଥାହେବାର ଚରିତ୍ର ଅଭିନୟ କରନ୍ତୁ |
  • ପାଣିର ସ୍ୱଳ୍ପତା ବା ଡିହାଇଡ୍ରେଶନ ଉପରେ ଆମେ ଯାହା ଜାଣିଛୁ ତାହା ପରୀକ୍ଷା କରିବା ପାଇଁ ଆୟେରିୟା ସହିତ ଗୋଟିଏ ଶିଶୁର ଛବିକୁ ଲେବୁଲ କରିବାର ଏକ ଖେଳ ଖେଳନ୍ତୁ |
  • ବୃଦ୍ଧି ପାଇଁ ଉଦ୍ଭିଦର ଜଳର ପ୍ରୟୋଜନ କିପରି ହୁଏ ଦେଖନ୍ତୁ – ଜଳ ବିନା ଉଦ୍ଭିଦର କଣ ହୁଏ ଖୋଜି ବାହାର କରନ୍ତୁ |
  • ଆମ ନିଜକୁ ଏବଂ ଆମେ ରହୁଥିବା ଚାରିପାଖକୁ ପରିସ୍କାର ରଖି ଡାୟେରିୟା ନହେବାକୁ ସାହାଯ୍ୟ କରନ୍ତୁ |
  • କେତେ ଦ୍ରୁତ ଜୀବାଣୁ ବ୍ୟାପି ପାରେ ଜାଣିବା ପାଇଁ କରମର୍ଦନ ବା ହ୍ୟାଣ୍ଡସେକ କରିବା ଖେଳ ଖେଳନ୍ତୁ |
  • ପଚାରନ୍ତୁ, କେତେ ସମୟ ଧରି ଆମ ଅଭିଭାବକମାନେ ସ୍ତନ୍ୟପୂଷ୍ଟ କରିଥିଲେ? ଓଆରଏସ(ORS) ଏବଂ ଜିଙ୍କ ସହିତ ଆମେ କିପରି ଡାୟେରିୟା ଚିକିତ୍ସା କରିପାରିବା? ବିପଦର ଲକ୍ଷଣଗୁଡ଼ିକ କଣ କଣ ଯାହାର ଅର୍ଥ ଆମକୁ ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତା ନେବା ଆବଶ୍ୟକ? ଯେତେବେଖେ ଆମକୁ ଡାୟେରିୟା ହେଉଛି ସେତେବେଳେ କେଉଁ ତରଳ ଆମପାଇଁ ନିରାପଦ? ସୂର୍ଯ୍ୟ କିରଣ ବ୍ୟବହାର କରି ଆମେ କିପରି ପିଇବା ପାଣିକୁ ନିରାପଦ କରିପାରିବା?ଯେତେବେଳେ ଆମ ପାଖରେ ଓଆରସ (ORS) ନାହିଁ କେଉଁ ପାନୀୟ ଆମ ପାଇଁ ନିରାପଦ? ଡିସେଣ୍ଟ୍ରି ଏବଂ କଲେରା କଣ ଏବଂ ସେଗୁଡ଼ିକ କିପରି ବ୍ୟାପିଥାଏ?

ଫ୍ଲାଇ ଟ୍ରାପ, ଏକ କରମର୍ଦନ ଖେଳକିମ୍ବା ଗୋଟେ ସୂର୍ଯ୍ୟ କିରଣରେ ପାଣି ଜୀବାଣୂମୂକ୍ତ କରଣ ପ୍ରସ୍ତୁତ କରିବା କ୍ଷେତ୍ରରେ ବା ଅନ୍ୟ ଯେକୌଣସି ଜିନିଷରେ ଅଧିକ ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ, ଦୟାକରି: www.childrenforhealth.org କିମ୍ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

6. ଜଳ ଏବଂ ସ୍ୱାସ୍ଥ୍ୟବିଧାନ⇥ (Oriya, Water, Sanitation & Hygiene)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 6ର 10 ଟି ବାର୍ତ୍ତା ଦିଆଯାଇଛି: ଜଳ ଏବଂ ସ୍ୱାସ୍ଥ୍ୟବିଧାନ⇥

  1. ହାତ ଭଲ ଭାବେ ଧୋ‍ଇବା ପାଇଁ ଜଳ ଏବଂ ସାମାନ୍ୟ ସାବୁନ ବ୍ୟବହାର କରନ୍ତୁ | 10 ସେକେଣ୍ଡ ପାଇଁ ରଗଡ଼ାନ୍ତୁ, ଧୋ‍ଇ ଦିଅନ୍ତୁ ଏବଂ ପବନରେ ବା ଅପରିସ୍କାର କପଡ଼ା ନୁହେଁ ପରିସ୍କାର କପଡ଼ା/କାଗଜରେ, ପୋଛି ଶୁଖାଇ ନିଅନ୍ତୁ |
  2. ଆପଣଙ୍କ ମୂଖମଣ୍ଡଳର ଟି-ଜୋନ୍‌(ଆଖି, ନାକ ଏବଂ ପାଟି)କୁ ଛୁଇଁବା ପୂର୍ବରୁ ହାତ ଭଲ ଭାବରେ ଧୋ‍ଇ ନିଅନ୍ତୁ, ଯେହେତୁ ଏହି ଠାରୁ ହିଁ ଶରୀର ମଧ୍ୟକୁ ଜୀବାଣୂ ପ୍ରବେଶ କରିଥାଏ | ଯେତେଟା ସମ୍ଭବ ଆପଣଙ୍କ ଟି-ଜୋନ୍‌ ନଛୁଇଁବାକୁ ଚେଷ୍ଟା କରନ୍ତୁ |
  3. ଖାଦ୍ୟ ପ୍ରସ୍ତୁତ କରିବା, ଖାଇବା ବା ଶିଶୁମାନଙ୍କୁ ଖୁଆଇବା ପୂର୍ବରୁ, ଏବଂ ପରିଶ୍ରା କରିବା, ମଳତ୍ୟାଗ କରିବା, ଶିଶୁକୁ ପରିସ୍କାର କରିବା ବା ଯିଏ ଅସୁସ୍ଥ ଅଛନ୍ତି ତାଙ୍କୁ କାହାକୁ ସାହାଯ୍ୟ କରିବା ପରେ ଆପଣଙ୍କ ହାତ ଧୋ‍ଇନିଅନ୍ତୁ |
  4. ଆପଣଙ୍କ ଶରୀର ପରିସ୍କାର ଓ ପରିଚ୍ଛନ୍ନ ରଖନ୍ତୁ | ଆପଣଙ୍କ ନଖ, ଆଙ୍ଗୁଠି, ଦାନ୍ତ ଏବଂ କାନ, ମୁହଁ ଏବଂ ବାଲ ପରିସ୍କାର ରଖନ୍ତୁ | ଜୋତା/ଚପଲ ପୋକଯୋକଠାରୁ ରକ୍ଷା କରେ |
  5. ମଣିଷ ଏବଂ ଜୀବଯନ୍ତୁଙ୍କ ମଳ, ମୂତ୍ର ମାଛି ଠାରୁ ଦୁରରେ ରଖନ୍ତୁ, ଯାହା ଜୀବାଣୂ ଚାରିଆଡ଼େ ବିସ୍ତାର କରିଥାଏ | ପାଇଖାନା ବ୍ୟବହାର କରନ୍ତୁ ଏବଂ ଆପନଙ୍କ ହାତ ଧୋ‍ଇ ନିଅନ୍ତୁ |
  6. ଆପଣଙ୍କ ମୁହଁ ପରିସ୍କାର ଏବଂ ତାଜା ରଖନ୍ତୁ | ଯଦି ଚିଟ୍‌ଚିଟା ଆଖି ପାଖରେ ମାଛି ଘୁରିବୁଲେ, ତେବେ ସକାଳେ ଏବଂ ସନ୍ଧ୍ୟାବେଳେ ଅଳ୍ପ ପାଣି ଓ ସାବୁନ ସହକାରେ ଭଲ ଭାବରେ ଧୋ‍ଇ ନିଅନ୍ତୁ |
  7. ଅପରିସ୍କାର ହାତ ବା କପ ସହାଯ୍ୟରେ ପରିସ୍କାର, ସୁରକ୍ଷିତ ଜଳକୁ ଛୁଅଁନ୍ତୁ ନାହିଁ | ଏହାକୁ ସୁରକ୍ଷିତ ଏବଂ ଜୀବାଣୁ ମୁକ୍ତ ରଖନ୍ତୁ ।
  8. ସୂର୍ଯ୍ୟକିରଣ ଜଳକୁ ସୁରକ୍ଷିତ କରେ | ଗୋଟିଏ ପ୍ଲାଷ୍ଟିକ ବୋତଲରେ ଏହାକୁ ଫିଲ୍ଟର କରି ନିଅନ୍ତୁ ଏବଂ 6 ଘଣ୍ଟା ଛାଡ଼ି ଦିଅନ୍ତୁ ଯେପରିକି ପି‍ଇବା ପାଇଁ ତାହା ନିରାପଦ ନହୋ‍ଇଛି |
  9. ଯେତେବେଳେ ବି ପାରୁଛନ୍ତି, ଧୋ‍ଇବା ପରେ ପ୍ଲେଟ ବା ବାସନକୁସନକୁ ଶୁଖାଇବା ଏବଂ ଜୀବାଣୂ ନାଶ କରିବା ପାଇଁ ସୂର୍ଯ୍ୟକିରଣ ବ୍ୟବହାର କରନ୍ତୁ |
  10. ଆପଣଙ୍କ ଘର ଏବଂ ଗୋଷ୍ଠିକୁ ଆବର୍ଜନା ଏବଂ ଧୁଳିମୂକ୍ତ ରଖିବା ଦ୍ୱାରା ମାଛି ମାରି ପକାନ୍ତୁ ବା ହ୍ରାସ କରନ୍ତୁ | ଆବର୍ଜନା ସଂଗ୍ରହ ନହେବା, ପୋଡ଼ି ନଦିଆଯିବା ବା ପୋତି ନଦିଆଯିବା ପର୍ଯ୍ୟନ୍ତ ସୁରକ୍ଷିତ ଭାବରେ ରଖନ୍ତୁ |

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ପାଣି ଏବଂ ସ୍ୱାସ୍ଥ୍ୟରକ୍ଷା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଭାଷାରେ ଆମ ନିଜ ଶବ୍ଦ ବ୍ୟବହାର କରି ପାଣି ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଏବଂ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ ।
  • ହାତ କିପରି ଧୁଆ ଯାଏ ଶିଖିବାରେ ଆମକୁ ସାହାଯ୍ୟ କରିବା ପାଇଁ ଗୋଟେ ଗୀତ ଶିଖନ୍ତୁ ।
  • ଜୀବାଣୁ ପରିବାରର କଣ ହେଲା ଯେତେ ବେଳେ ସଫାସୁତୁରା ପରିବାର ସେମାନଙ୍କ ଗାଁକୁ ଆସିଲେ କିମ୍ବା ଜୀବାଣୁ ଗୁଡିକ କେଉଁଠି ଲୁଚିବା ପାଇଁ ଭଲ ପାଆନ୍ତି ଦେଖାଇବା ପାଇଁ ଏକ ନାଟକ ପ୍ରସ୍ତୁତ କରି ମଞ୍ଚସ୍ଥ କରନ୍ତୁ ।
  • ଆମର ଛୋଟ ଭାଇ ଭଉଣୀ ମାନଙ୍କୁ ସାହାଯ୍ୟ କରନ୍ତୁ ଏବଂ ସେମାନେ ସେମାନଙ୍କର ହାତ କିପରି ସଠିକ ଭାବେ ସଫା କରାଯାଏ ଜାଣିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ ।
  • ଦଳେ ଲୋକଙ୍କୁ ଅନୁଧ୍ୟାନ କରିବା ପାଇଁ ଘଣ୍ଟାଏ ସମୟ ଦିଅନ୍ତୁ ଏବଂ ସେମାନେ କେତେ ଥର ସେମାନଙ୍କର ମୁହଁ, ସେମାନଙ୍କର ଲୁଗାପଟା ଏବଂ ଅନ୍ୟ ଲୋକଙ୍କୁ ଛୁଉଁଛନ୍ତି ଦେଖନ୍ତୁ ଏବଂ ରେକର୍ଡ କରନ୍ତୁ ।
  • ଚିନ୍ତା କରନ୍ତୁ ହାତରୁ ଶରୀରକୁ କେଉଁ କେଉଁ ବାଟେ ଜୀବାଣୁ ପଶୁଛନ୍ତି ।
  • ସ୍କୁଲ ଶୌଚାଳୟ ସଫା ରଖିବା ସୁନିଶ୍ଚିତ କରିବା ପାଇଁ ମିଳିମିଶି ଏକ ଯୋଜନାରେ କାମ କରନ୍ତୁ ।
  • ଫିଲ୍ଟର ବ୍ୟବହାର କରି ପାଣି କିପରି ସଫା କରାଯାଏ ଶିଖନ୍ତୁ ।
  • ସ୍କୁଲ କମ୍ପାଉଣ୍ଡ ସଫା ରଖିବା ଏବଂ ଅଳିଆ ଆବର୍ଜନା ବାହାର କରିବା ପାଇଁ ଏକ ଯୋଜନା କରନ୍ତୁ ।
  • ସ୍କୁଲରେ ଏକ ସ୍ୱାସ୍ଥ୍ୟରକ୍ଷା କ୍ଲବ ଆରମ୍ଭ କରନ୍ତୁ ।
  • ମଶାମାଛି, ମଇଳା ଏବଂ ଜୀବାଣୁ ବିଷୟରେ ଆମେ ଯାହା ଜାଣିଛେ ତା’ ଆମ ପରିବାର ସହିତ ଭାଗ କରନ୍ତୁ ।
  • ଆମର ପାଣି ପାତ୍ର ସଫା ଏବଂ ଢାଙ୍କି ରଖନ୍ତୁ ଏବଂ ସବୁ ବେଳେ ଡଙ୍କି ବ୍ୟବହାର କରନ୍ତୁ, କପ କିମ୍ବା ହାତ କେବେ ହେଲେ ବ୍ୟବହାର କରନ୍ତୁ ନାହିଁ । ପାତ୍ରରୁ କିପରି ପାଣି ବାହାର କରାଯାଏ ତାହା ଆମର ଛୋଟ ଭାଇ ଭଉଣୀ ମାନଙ୍କୁ ଦେଖାନ୍ତୁ ।
  • ମିଳିମିଶି ଗୋଟେଟିପି ପାଇପ ପ୍ରସ୍ତୁତ କରନ୍ତୁ!
  • ଆମ ଶରୀର ସଫା କଲା ବେଳେ ସାବୁନ ଧରିବା ପାଇଁ ଧୋଇବା ମିଟ କିପରି ପ୍ରସ୍ତୁତ କରାଯାଏ ।
  • ପ୍ଲାଷ୍ଟିକ ବଟଲରେ ଗୋଟେ ମାଛି ଯନ୍ତା ଏବଂ କିଛି ଚିନି ପାଣି କିମ୍ବା ପୂ’ କରନ୍ତୁ!
  • ସୂର୍ଯ୍ୟ କିରଣ ବ୍ୟବହାର କରି ଘରେ ପିଇବା ପାଇଁ ପାଣି ସଫା କରିବାରେ ସାହାଯ୍ୟ କରନ୍ତୁ ।
  • ମଇଳା ପାଣି ସଫା କରିବା ପାଇଁ ଗୋଟେ ବାଲି ଫିଲ୍ଟର ପ୍ରସ୍ତୁତ କରନ୍ତୁ ।
  • ଆମ ସମୁଦାୟକୁ ଯୋଗାଣ ହେଉଥିବା ପାଣି ଏବଂ ଏହା ପିଇବା ପାଇଁ ନିରାପଦ କି ନୁହେଁ ତା’ର ଏକ ନକ୍ସା ପ୍ରସ୍ତୁତ କରନ୍ତୁ ।
  • ରନ୍ଧା ପାତ୍ର ଏବଂ ଆମର ପ୍ଲେଟ ପାଇଁ ଏକ ସୁଖାଇବା ରେକ ତିଆରି କରନ୍ତୁ ଯେପରିକି ସେସବୁ ସୂର୍ଯ୍ୟ କିରଣରେ ଶୁଖି ପାରିବ ।
  • ଆମ ହାତକୁ ସଫା ଏବଂ ଜୀବାଣୁ ମୁକ୍ତ କିପରି ରଖି ପାରିବା ପଚାରନ୍ତୁ । ଘରେ ହାତ ଧୋଇବା ପାଇଁ ବ୍ୟବହାର କରିବାକୁ ଆପଣଙ୍କ ପାଖରେ ସାବୁନ ଅଛି କି? ସ୍ଥାନୀୟ ଦୋକାନରେ ସାବୁନର ମୂଲ୍ୟ କେତେ ପଡିଥାଏ? ଆମ ଶରୀରକୁ କିପରି ସଫା ରଖି ପାରିବା? ଆମର ଦାନ୍ତ କିପରି ବ୍ରସ କରିବା? ଜୀବାଣୁ କେଉଁଠୁ ଆସନ୍ତି, କେଉଁଠି ରହନ୍ତି ଏବଂ ସେମାନେ କିପରି ବଂଶ ବିସ୍ତାର କରନ୍ତି? ମାଛି ମାନେ କେମିତି ରହନ୍ତି, ଖାଆନ୍ତି ଏବଂ ବଂଶ ବୃଦ୍ଧି କରନ୍ତି? ମାଛି ମାନେ ସେମାନଙ୍କ ଗୋଡରେ କିପରି ମଇଳା ବହନ କରନ୍ତି? ଆମର ପାଣିର ଉତ୍ସ ଗୁଡ଼ିକ କଣ କଣ? ଆମେ ମଇଳା ପାଣିକୁ ପିଇବା ପାଇଁ କିପରି ସୁରକ୍ଷିତ କରିପାରିବା? ଆମେ ପ୍ଲାଷ୍ଟିକ ବଟଲ କେଉଁଠୁ ପାଇବା? କେଉଁ ଲୁଗାକୁ ପାଣି ଫିଲ୍ଟର ଭାବେ ବ୍ୟବହାର କରାଯାଇପାରେ? ଖାଦ୍ୟ ପ୍ରସ୍ତୁତ କଲା ବେଳେ ପରିବାର ସଦସ୍ୟ କେଉଁ ସ୍ୱାସ୍ଥ୍ୟରକ୍ଷା ନିୟମ ବ୍ୟବହାର କରନ୍ତି? ଘର କିମ୍ବା ଗୋଷ୍ଟିର କେଉଁ କେଉଁ ସ୍ଥାନରେ ସର୍ବାଧିକ ଜୀବାଣୁ ଥାଇ ପାରନ୍ତି?

ମାଛି ଯନ୍ତା, ସୂର୍ଯ୍ୟ କିରଣ ବ୍ୟବହାର କରି ପାଣି ଜୀବାଣୁ ମୁକ୍ତ କରିବା,କିପରି ପ୍ରସ୍ତୁତ କରିବା ବାଲି ଫିଲ୍ଟର, ଧୋଇବା ମିଟ କିମ୍ବା ଏକଟିପି ପାଇପକିମ୍ବା ଅନ୍ୟ ଯେକୌଣସି ଜିନିଷରେ ଅଧିକ ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ ଦୟାକରି ସମ୍ପର୍କ କରନ୍ତୁ www.childrenforhealth.org କିମ୍ବା clare@childrenforhealth.org

7. ପୋଷଣ (Oriya, Nutrition)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 7 ର 10 ଟି ବାର୍ତ୍ତା ଦିଆଯାଇଛି: ପୋଷଣ

  1. ଯେଉଁ ଖାଦ୍ୟ ଆମକୁ ଚଳନକ୍ଷମ କରେ ମିଶାଣ ଯେଉଁ ଖାଦ୍ୟ ଆମକୁ ବଢାଏ, ମିଶାଣ ଯେଉଁ ଖାଦ୍ୟ ଆମକୁ ଚିକ ଚିକ କରେ ତାହା ଉତ୍ତମ ଖାଦ୍ୟ ହୋଇଥାଏ ଯାହା ଆମ ଶରୀରକୁ ମଜବୁତ କରିଥାଏ!
  2. ଯଦି ଆମେ ବହୁତ କମ ଖାଉ, କିମ୍ବା ଅତ୍ୟଧିକ ଜଙ୍କ ଫୁଡ ଖାଉ ତ’ହେଲେ ଅପପୁଷ୍ଟି ହୋଇଥାଏ । ଭୋଜନରେ ସଠିକ ପରିମାଣର ଉତ୍ତମ ଖାଦ୍ୟ ପାଇଁ ବସିବା ଏବଂ ଭାଗ କରିବା ଦ୍ଵାରା ଏହାକୁ ଏଡାଇ ଯାଆନ୍ତୁ ।
  3. 2 ବର୍ଷରୁ କମ ବୟସର ଶିଶୁ ମାନଙ୍କୁ ଏକ 5s-ନିମ୍ନ କ୍ଲିନିକରେ ଓଜନ କରି ସେମାନେ ଭଲ ଭାବେ ବଢୁଛନ୍ତି ବୋଲି ଯାଞ୍ଚ କରିବା ଆବଶ୍ୟକ ।
  4. ଯଦି ଶିଶୁମାନେ ପତଳା ହୋଇଯାନ୍ତି କିମ୍ବା ସେମାନଙ୍କ ମୁହଁ କିମ୍ବା ପାଦ ଫୁଲିଯାଏ କିମ୍ବା ଅତ୍ୟଧିକ ସ୍ଥିର ହୋଇ ରହନ୍ତି, ତା’ହେଲେ ସେମାନେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦେଖା କରିବା ଉଚିତ ।
  5. ଶିଶୁମାନେ ଅସୁସ୍ଥ ହେଲେ ସେମାନଙ୍କର ଭୋକ ମରିଯାଏ । ସେମାନଙ୍କୁ ଅଧିକ ପରିମାଣର ପାନୀୟ ଏବଂ ସୁପ ଦିଅନ୍ତୁ, ଏବଂ ଭଲ ହେବା ପରେ ସାଧାରଣଠୁ ଅଧିକ ଖାଦ୍ୟ ଦିଅନ୍ତୁ ।
  6. ଜନ୍ମ ଠାରୁ 6 ମାସ ପର୍ଯ୍ୟନ୍ତ ଶିଶୁ କେବଳ ମା’ ଖିରକୁ ଖାଦ୍ୟ ଏବଂ ପାନୀୟ ଭାବେ ଗ୍ରହଣ କରିଥାଏ । ଏଥିରେ ଚଳନ, ବଢଣ ଏବଂ ଗ୍ଲୋ ଥାଏ!
  7. 6 ମାସ ପରେ ଶିଶୁମାନେ ମା’ଖିର ସହ ଚକଟା କିମ୍ବା ଗୁଣ୍ଡ ହୋଇଥିବା ପରିବାର ଖାଦ୍ୟ ଦୈନିକ 3 ରୁ 4 ଥର ସହ ପ୍ରତି ଭୋଜନ ମଧ୍ୟରେ ଗୋଟେ ଥର ସ୍ନେକ୍ସ ଆବଶ୍ୟକ କରନ୍ତି ।
  8. ଏକ ସ୍ଵାସ୍ଥ୍ୟକର ସନ୍ତୁଳିତ ଆହାର ପାଇଁ ପ୍ରତି ସପ୍ତାହରେ ବିଭିନ୍ନ ରଙ୍ଗର ପ୍ରାକୃତିକ ଖାଦ୍ୟ ଖାଇବା ଏକ ଭଲ ଉପାୟ ।
  9. ଲାଲ, ହଳଦିଆ ଏବଂ ସବୁଜ ଫଳ ଏବଂ ପନିପରିବାରେ ସୂକ୍ଷ୍ମ ପୋଷଣ ଭରପୁର ଥାଏ । ଏଗୁଡିକ ଦେଖିବା ପାଇଁ ଅତ୍ୟନ୍ତ କ୍ଷୁଦ୍ର ହେଲେ ହେଁ ସେମାନେ ଆମ ଶରୀରକୁ ମଜବୁତ କରିଥାନ୍ତି ।
  10. ଆପଣ ଖାଉଥିବା ଏବଂ ରାନ୍ଧୁଥିବା ଖାଦ୍ୟ ଧୋଇବା ଦ୍ଵାରା ବିମାରୀ ଏବଂ ଉଦାସି ପ୍ରତିରୋଧ କରନ୍ତୁ । ରନ୍ଧା ଖାଦ୍ୟ ଜଳଦି ବ୍ୟବହାର କରନ୍ତୁ କିମ୍ବା ତାହା ସଠିକ ଭାବେ ସାଇତି ରଖନ୍ତୁ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ମେଲେରିୟା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଭାଷାରେ ଆମ ନିଜ ଆମ ନିଜ ଶବ୍ଦ ବ୍ୟବହାର କରି ଆମର ନିଜ ପୋଷଣ ଉପରେ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଏବଂ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ସାହାଯ୍ୟ ପାଇଁ ଅନ୍ୟ ଶିଶୁ ଏବଂ ଏକ ପ୍ରାପ୍ତ ବୟସ୍କ ସହ ବୃଦ୍ଧି ଚାର୍ଟ ନେଇ ଦେଖନ୍ତୁ ଏବଂସମସ୍ତ ଲାଇନର ଅର୍ଥ ବାହାର କରନ୍ତୁ ଏହାକୁ ବେଳେ ବେଳେ ସ୍ୱାସ୍ଥ୍ୟ ପଥ ଚାର୍ଟ କୁହାଯାଏ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ କ୍ଲିନିକରେ ଏହା ମିଳି ପାରିବ ।
  • ଏକ ସ୍ୱାସ୍ଥ୍ୟ କ୍ଲିନିକ ଯାଇ ଶିଶୁମାନଙ୍କ ଓଜନ ନିଆଯିବା ଏବଂ ସେମାନଙ୍କର ଓଜନ ବୃଦ୍ଧି ଚାର୍ଟରେ ପ୍ଲଟ କରାଯିବା ଦେଖନ୍ତୁ ।
  • ସ୍ୱାସ୍ଥ୍ୟ କ୍ଲିନିକରେ ଶିଶୁ ଏବଂ ଛୋଟ ପିଲାମାନଙ୍କ ଓଜନ କରାଯିବା ଏବଂ ମପାଯିବା ଦେଖନ୍ତୁ ।
  • ସେମାନେ ଜାଣିଥିବା ଅପପୁଷ୍ଟି ଥିବା କିମ୍ବା ଆଶଙ୍କା ଥିବା କୌଣସି ଶିଶୁ ଏବଂ ସାହାଯ୍ୟ କରିବା ପାଇଁ ସେମାନେ କଣ କରିପାରିବେ ଆଲୋଚନା କରନ୍ତୁ
  • ମୋ ପରିବାର ପ୍ରତି ଦିନ/ସପ୍ତାହରେ କଣ ଖାଆନ୍ତି ରେକର୍ଡ କରନ୍ତୁ? ପ୍ରତି ସପ୍ତାହରେ ଆମେ କେତୋଟି ପ୍ରାକୃତିକ ରଙ୍ଗ ଖାଇଥାଉ? ଆମ ପରିବାରରେ ପ୍ରତ୍ୟେକେ ସେମାନଙ୍କ ବୃଦ୍ଧି, ଗ୍ଲୋ ଏବଂ ଚଳନ ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ଖାଦ୍ୟ ପାଉଛନ୍ତି କି? ଆମେ କିପରି ଜାଣିବା? କେହି ଅଛନ୍ତି କି ବିଶେଷକରି ବୃଦ୍ଧ କିମ୍ବା ବିଶେଷକରି ଛୋଟ ଯିଏ କେତେ କମ ସେ ଖାଉଛନ୍ତି ଜାଣିବା ପାଇଁ ଆମର ଆବଶ୍ୟକତା ଚାହୁଞ୍ଚନ୍ତି?
  • କେତେ ବେଳେ ଖାଦ୍ୟ ଯୋଗୁଁ ଲୋକମାନେ ଅସୁସ୍ଥ ହୋଇଥିବା ବିଷୟରେ ପଚାରନ୍ତୁ ଏବଂ ଶୁଣନ୍ତୁ ।
  • ଗୋଟେ ଶିଶୁ ଅପପୁଷ୍ଟିର ଶିକାର ହୋଇଛି ବୋଲି ସେମାନେ କିପରି ଜାଣନ୍ତି, ବାପାମା’, ସ୍ୱାସ୍ଥ୍ୟକର୍ମୀ କିମ୍ବା ଅନ୍ୟମାନଙ୍କ ଠାରୁ ପଚାରି ବୁଝନ୍ତୁ ।
  • ଶିଶୁ ଏବଂ ଛୋଟ ପିଲାମାନଙ୍କ ପାଇଁ ଖରାପ ଖାଦ୍ୟ ଦର୍ଶାଉଥିବା ଏକ ଛବିଳ ଚାର୍ଟ ଟାଣନ୍ତୁ ଏବଂ ପ୍ରତି ଖାଦ୍ୟ ପରେ ଏହା କାହିଁକି ଖରାପ ଲେଖନ୍ତୁ ।
  • 6 ମାସ ପରେ ପ୍ରଥମ ଖାଦ୍ୟ ଭାବେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ କଣ ଖାଇବାକୁ ଦିଅନ୍ତି ବାହାର କରନ୍ତୁ? ସେମାନଙ୍କ ଶିଶୁମାନଙ୍କୁ କେତେ ଥର ଖୁଆଇଥାନ୍ତି? ସେମାନେ ଉତ୍ତର ରେକର୍ଡ କରି ପାରିବେ ଏବଂ ପରେ ସାଙ୍ଗମାନଙ୍କ ସହ ମିଶି ପରିଣାମ ଦର୍ଶାଉଥିବା ଏକ ଚାର୍ଟ ପ୍ରସ୍ତୁତ କରିପାରିବେ ।
  • ସମୁଦାୟରେ ଅଧିକାଂଶ ଲୋକଙ୍କ ପାଇଁ କେଉଁ ଭିଟାମିନ ପ୍ରଚୁରତା ଥିବା ଖାଦ୍ୟ ଉପଲବ୍ଧ ଏବଂ ସେସବୁ ଖାଦ୍ୟ କିପରି ପ୍ରସ୍ତୁତ କରାଯାଏ (ବଜାର ଏବଂ/କିମ୍ବା ଘରେ) ବାହାର କରନ୍ତୁ ।
  • ଖାଦ୍ୟ କିପରି ପ୍ରସ୍ତୁତ କରାଯାଏ, ପ୍ଲେଟ ଏବଂ ବାସନକୁସନ କିପରି ଧୁଆ ଏବଂ ଶୁଖାଯାଏ ଏବଂ ଯଦି ସେମାନେ ଠିକ ଭାବେ କରୁଥାନ୍ତି ତା’ହେଲେ ଖାଦ୍ୟ ପ୍ରସ୍ତୁତ କରିବା ଲୋକ କେତେ ବେଳେ ତା’ର ହାତ ଧୁଏ ଆଦି ଅନୁଧ୍ୟାନ କରନ୍ତୁ ।
  • ଏକ ସପ୍ତାହ ଭିତରେ ଆମେ ଖାଇଥିବା ପ୍ରତିଦିନର ଖାଦ୍ୟର ଛବି ଏବଂ/କିମ୍ବା ଲେଖା କରନ୍ତୁ । ସମସ୍ତ ଖାଦ୍ୟ ପାଇଁ ଆମେ ଛବିରେ ରଙ୍ଗ ମାରିପାରିବା କିମ୍ବା ରଙ୍ଗ ଲେବୁଲ ଲେଖି ପାରିବା ।
  • 6 ମାସ ପରେ ପ୍ରଥମ ଖାଦ୍ୟ ଭାବେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ କଣ ଖାଇବାକୁ ଦିଅନ୍ତି ବାହାର କରନ୍ତୁ ଏବଂ ଉତ୍ତର ରେକର୍ଡ କରନ୍ତୁ ଏବଂ ପରେ ସାଙ୍ଗ ମାନଙ୍କ ସହ ମିଶି ପରିଣାମ ଦର୍ଶାଉଥିବା ଏକ ଚାର୍ଟ ପ୍ରସ୍ତୁତ କରନ୍ତୁ ।
  • ଶିଶୁ ଏବଂ ଛୋଟ ପିଲାମାନଙ୍କ ପାଇଁ କେଉଁ ଖାଦ୍ୟ ଭଲ କିମ୍ବା ଖରାପ ଏବଂ କାହିଁକି, ଜାଣନ୍ତୁ ? ଏହି ଖାଦ୍ୟର ଛବି ଆମେ ଆଙ୍କି ପାରିବା ଏବଂ ଆମର ଫଳାଫଳ ଦର୍ଶାଉଥିବା ଏକ ଛବିଳ ଚାର୍ଟ ପ୍ରସ୍ତୁତ କରିପାରିବା ।
  • ଶିଶୁ ଭଲ ଭାବେ ବଢୁଛି ବୋଲି ଯାଞ୍ଚ କରିବା ପାଇଁ ଗୋଟେ ବୃଦ୍ଧି ଚାର୍ଟ କିପରି କାମ କରିଥାଏ, ପଚାରନ୍ତୁ? ଖାଦ୍ୟ ତଟକା ରଖିବା ପାଇଁ ଖାଦ୍ୟ ଶୁଷ୍କ କରିବା କିମ୍ବା ଖାଦ୍ୟ ବୋତଲରେ ରଖିବା କିମ୍ବା ଅନ୍ୟ କଣ ସବୁ ପଦ୍ଧତି ବ୍ୟବହାର କରାଯାଏ? ପ୍ରାକୃତିକ ରଙ୍ଗବେରଙ୍ଗ ଖାଦ୍ୟ ଖାଇବା କାହିଁକି ଗୁରୁତ୍ଵପୂର୍ଣ୍ଣ? ଅସୁସ୍ଥ ଥିବା ସମୟରେ ଏବଂ ତା’ପରେ କେଉଁ ଖାଦ୍ୟ ଖାଇବା ଲୋକମାନଙ୍କ ପାଇଁ ଭଲ?
  • ସ୍ତନପାନ ବିଷୟରେ ଏବଂ କାହିଁକି ଏହା ସର୍ବୋତ୍ତମ ବିକଳ୍ପ ତା’ର କାରଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରନ୍ତୁ ।
  • ଅସୁସ୍ଥ ଥିବା ଏକ ଶିଶୁ ଯଥେଷ୍ଟ ଭଲ ଖାଦ୍ୟ ଏବଂ ପାନୀୟ ପାଇବାରେ ସାହାଯ୍ୟ କରିବା ପାଇଁ ଆମେ କଣ କରି ପାରିବା ପଚାରନ୍ତୁ ।
  • ଆମ ସମୁଦାୟରେ/ଆମ ସାଙ୍ଗସାଥିରେ କେଉଁ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନପାନ କରାଉଛନ୍ତି ଏବଂ କାହିଁକି, ବାହାର କରନ୍ତୁ? ଶିଶୁର ବଡ ହେବା ସହ ମା’ଖିର କିପରି ପରିବର୍ତ୍ତନ ହୋଇଥାଏ, ପଚାରନ୍ତୁ? ଶିଶୁର ସ୍ୱାସ୍ଥ୍ୟ ପାଇଁ ବୋତଲ କାହିଁକି ବିପଦପୂର୍ଣ୍ଣ ହୋଇପାରେ?
  • ଖାଦ୍ୟ ଯଦି ଖରାପ ହୋଇଯାଇଛି ଏବଂ ଖାଇବା ଯୋଗ୍ୟ ନୁହେଁ ବୋଲି କିପରି କୁହାଯାଏ, ସେମାନଙ୍କର ବଡ ଭାଇଭଉଣି ଏବଂ ଅନ୍ୟମାନଙ୍କ ଠାରୁ ଶିଶୁମାନେ ପଚାରି ବୁଝିପାରିବେ ।

ଅଧିକ ତଥ୍ୟ ପାଇଁ ଦୟାକରି www.childrenforhealth.org ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

8. ଅନ୍ତ୍ର ପୋକ (Oriya, Intestinal Worms)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 8 ର 10 ଟି ବାର୍ତ୍ତା ଦିଆଯାଇଛି: ଅନ୍ତ୍ର ପୋକ

  1. ଲକ୍ଷ ଲକ୍ଷ ଶିଶୁମାନଙ୍କ ଶରୀରରେ ପୋକ ବାସ କରିଥାନ୍ତି, ସେମାନେ ଶରୀରର କ୍ଷୁଦ୍ରାନ୍ତରେ ରହିଥାନ୍ତି ଏବଂ ସେଠାରେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ଦ୍ଵାରା ବ୍ୟବହୃତ ହୋଇଥାଏ ।
  2. ରାଉଣ୍ଡୱର୍ମ, ୱିପୱର୍ମ, ହୁକୱର୍ମ, ବିଲହାରଜିଅ (ସିଷ୍ଟସୋମାଇଅସିସ) ଆଦି ବିଭିନ୍ନ ପ୍ରକାରର ପୋକ ଆମ ଶରୀରରେ ବାସ କରିପାରନ୍ତି । ଅନ୍ୟମାନେ ମଧ୍ୟ ଥାନ୍ତି!
  3. ପୋକ ଆମକୁ ଅସୁସ୍ଥ କିମ୍ବା ଦୁର୍ବଳ କରି ଦେଇପାରେ । ସେମାନେ ପେଟ ବ୍ୟଥା, ଖାସ, ଜ୍ଜର ଏବଂ ବିମାରୀର କାରଣ ହୋଇ ପାରନ୍ତି ।
  4. ପୋକ ଆପଣଙ୍କର ଶରୀର ଭିତରେ ରହିଥାନ୍ତି ତେଣୁ ସେମାନେ ସେଠାରେ ଅଛନ୍ତି ବୋଲି ଆପଣ ନ ଜାଣି ପାରନ୍ତି କିନ୍ତୁ ବେଳେ ବେଳେ ଆପଣ ଆପଣଙ୍କ ଝାଡାରେ ପୋକ ଦେଖିପାରନ୍ତି ।
  5. ବିଭିନ୍ନ ବାଟରେ ପୋକ ଏବଂ ସେମାନଙ୍କର ଅଣ୍ଡା ଆମ ଶରୀରର ଭିତରକୁ ପ୍ରବେଶ କରିଥାନ୍ତି । କିଛି ଖାଦ୍ୟରେ କିମ୍ବା ଅସୁରକ୍ଷିତ ପାଣିର ପାନୀୟରେ ଭିତରେ ପଶିଥାନ୍ତି । ଅନ୍ୟମାନେ ଖାଲି ପାଦ ମଧ୍ୟ ଦେଇ ପଶିଥାନ୍ତି ।
  6. ଡି-ୱର୍ମିଙ୍ଗ ବଟିକା ସାହାଯ୍ୟରେ ପୋକ ମାରିବା ସହଜ ଏବଂ ଶସ୍ତା । ପ୍ରତି 6 କିମ୍ବା 12 ମାସରେ, କିମ୍ବା କିଛି ପୋକ ପାଇଁ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଏହା ଦିଆଯାଇଥାଏ ।
  7. ପୋକ ଅଣ୍ଡା ମୁତ୍ର ଏବଂ ଝାଡାରେ ରହିଥାନ୍ତି । ଶୌଚାଳୟ ବ୍ୟବହାର କରନ୍ତୁ କିମ୍ବା ମୁତ୍ର ଏବଂ ଝାଡା ଠାରୁ ନିରାପଦ ଦୂରତା ବଜାୟ ରଖନ୍ତୁ । ଏକ ଏବଂ ଝାଡା ଯିବା ପରେ ଏବଂ ଛୋଟମାନଙ୍କୁ ଏଥି ପାଇଁ ସାହାଯ୍ୟ କରିବା ପରେ ଆପଣଙ୍କର ହାତ ସାବୁନରେ ଧୁଅନ୍ତୁ ତେବେ ଯାଇ ଆପଣଙ୍କ ହାତରେ ପୋକ ଅଣ୍ଡା ରହିବ ନାହିଁ ।
  8. ଏକ କିମ୍ବା ଝାଡା ଯିବା ପରେ ଏବଂ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ, ଖାଇବା କିମ୍ବା ପିଇବା ପୂର୍ବରୁ ହାତ ସାବୁନରେ ଧୋଇବା, ଫଳ ଏବଂ ପନିପରିବା ଧୋଇବା ଦ୍ଵାରା ଏବଂ ଜୋତା ପିନ୍ଧିବା ଦ୍ଵାରା ପୋକ ଆପଣଙ୍କ ଶରୀରକୁ ପ୍ରବେଶ କରିବା ବନ୍ଦ କରନ୍ତୁ ।
  9. କିଛି ପୋକ ମାଟିରେ ରହିଥାନ୍ତି ତେଣୁ ସବୁବେଳେ ମାଟି ଛୁଇଁବା ପରେ ଆପଣଙ୍କ ହାତ ସାବୁନରେ ଧୁଅନ୍ତୁ ।
  10. ଖାଇବା ପାଇଁ ଫଳମୂଳ କିମ୍ବା ପନିପରିବା ପାଣିରେ ପକାଇବା ବେଳେ ମାନବ ମୁତ୍ର କିମ୍ବା ଝାଡା ନ ଥିବା ପାଣି ବ୍ୟବହାର କରନ୍ତୁ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

କ୍ଷୁଦ୍ରାନ୍ତ ପୋକ: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଭାଷାରେ ଆମ ନିଜ ଆମ ନିଜ ଶବ୍ଦ ବ୍ୟବହାର କରି ଆମର ନିଜ କ୍ଷୁଦ୍ରାନ୍ତ ପୋକ ଉପରେ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଏବଂ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ଆମ କୁଇଜରେ ଭାଗ ନେବା ଏବଂ ଆପଣ ପୋକ ବିଷୟରେ କେତେ ଜାଣି ପାରିଛନ୍ତି ଜାଣିବା ପାଇଁ ‘ଆପଣଙ୍କ ପାଦ ସାହାଯ୍ୟରେ ଭୋଟ ଦିଅନ୍ତୁ’ ବ୍ୟବହାର କରନ୍ତୁ ।
  • ପୋକ ବିଷୟରେ ଏକ ଗପ ଶୁଣନ୍ତୁ ତେବେ ଆମ ହାତ ଧୋଇବା ଏବଂ ଆମ ଜୋତା ପିନ୍ଧିବା ପାଇଁ ମନେ ରଖିବା ଦ୍ଵାରା ପୋକ ବିସ୍ତାର କିପରି ବନ୍ଦ କରାଯାଇ ପାରିବ ବୁଝିପାରିବା ।
  • ଆମ ସ୍କୁଲରେ ଖାଦ୍ୟ କିପରି ପ୍ରସ୍ତୁତ କରାଯାଏ ଏବଂ ଆମର ରାନ୍ଧୁଣିଆ ଖାଦ୍ୟ କିପରି ପୋକ ମାନଙ୍କ ଠାରୁ ନିରାପଦ ଏବଂ ମୁକ୍ତ ରଖେ ଦେଖନ୍ତୁ ।
  • ଝାଡାରୁ ମାଟି ଏବଂ ପାଣିରେ ପଶୁଥିବା ପୋକ ଅଣ୍ଡାକୁ ବନ୍ଦ କରିବା ପାଇଁ ସବୁବେଳେ ଶୌଚାଳୟ ବ୍ୟବହାର କରନ୍ତୁ ।
  • ଆମ ହାତ ସଠିକ ଭାବେ ଧୋଇବା ପାଇଁ ସାବୁନ ଏବଂ ପାଣି ଏବଂ ସଫା କନା ଦରକାର ।
  • ଆମ ପରିବାର ଲୋକେ ପୋକଜୋକ ବିଷୟରେ କଣ ଜାଣନ୍ତି ଜାଣିବା ପାଇଁ ଏକ ସର୍ବେକ୍ଷଣ କରନ୍ତୁ ।
  • ଦୁଷ୍ଟ ପୋକଜୋକ ଏବଂ ପିଲାମାନେ କିପରି ତାଙ୍କ ପରିବାରର ଖାଦ୍ୟ ଦୁଷ୍ଟ ପୋକଜୋକ ଚୋରାଇ ନେବା ବେଳେ ବନ୍ଦ କରି ପାରିବେ ବିଷୟରେ ଏକ ନାଟକ ପ୍ରସ୍ତୁତ କରନ୍ତୁ ।
  • କଞ୍ଚା ପନିପରିବା ଖାଇବା ପୂର୍ବରୁ ଧୋଇବା, ମାଂସ ସଠିକ ଭାବେ ରାନ୍ଧିବା ଏବଂ ଖାଦ୍ୟ ପ୍ରସ୍ତୁତ କଲା ବେଳେ ଖାଦ୍ୟ କିପରି ନିରାପଦ ରଖାଯାଏ ଏବଂ ଜୀବାଣୁ ମୁକ୍ତ କରାଯାଏ ଦର୍ଶାଇବା ପାଇଁ ପୋଷ୍ଟର ପ୍ରସ୍ତୁତ କରନ୍ତୁ ।
  • ଗୋଟେ ଟିପି ପାଇପ କିପରି କରାଯାଏ ଏବଂ ଆମ ପରିବାର, କ୍ଲାସ କିମ୍ବା ସମୂହ ପାଇଁ ହାତ ଧୁଆ ଷ୍ଟେସନ କିପରି କରାଯାଏ ଖୋଜି ବାହାର କରନ୍ତୁ ।
  • ପୋକଜୋକଙ୍କ ବିସ୍ତାର କିପରି ରୋକାଯିବ କିମ୍ବା ଆମକୁ କେବେ ଏବଂ କିପରି ହାତ ଧୋଇବାକୁ ହେବ ମନେ ପକାଇ ଦେବାକୁ ଏକ ଗୀତ ରଚନା କରନ୍ତୁ ।
  • ଖାଇବା କିମ୍ବା ରାନ୍ଧିବା ପୂର୍ବରୁ ପନିପରିବା ଧୋଇବା ପାଇଁ ଆମକୁ ମନେ ପକାଇ ଦେବାକୁ ଗୋଟେ ପୋଷ୍ଟର ତିଆରି କରନ୍ତୁ ।
  • କୁର୍ମି ବିସ୍ତାର କିପରି ରୋକା ଯାଇ ପାରିବ ବିଷୟରେ ଏକ ରୋଲ-ପ୍ଲେ କିମ୍ବା କଣ୍ଢେଇ ନାଚ ପ୍ରସ୍ତୁତ କରନ୍ତୁ ।
  • କୁର୍ମି ଉପରେ ଆମର ଜ୍ଞାନ ପରୀକ୍ଷା କରିବା ପାଇଁ ଏକଶୂନ୍ୟସ୍ଥାନ ପୂରଣ କର ଶବ୍ଦ ଖେଳପ୍ରସ୍ତୁତ କରନ୍ତୁ ଏବଂ ଖେଳନ୍ତୁ କିମ୍ବା କିଛି କରିବା ପୂର୍ବରୁ କେତେବେଳେ ହାତ ଧୋଇବାକୁ ହେବ ଏବଂ କିଛି କରିବା ପରେ କେତେବେଳେ ହାତ ଧୋଇବାକୁ ହେବ ଆମେ ଜାଣିଛୁ କି ନାହିଁ ଜାଣିବା ପାଇଁ ଗୋଟେ କୁଇଜ ପ୍ରସ୍ତୁତ କରନ୍ତୁ ଏବଂ ଟେଷ୍ଟ କରନ୍ତୁ । ସାହାଯ୍ୟ କରିବା ପାଇଁ ନିମ୍ନକ୍ତୋ ପ୍ରଶ୍ନ ବ୍ୟବହାର କରନ୍ତୁ ।
  • ଆମେ ଖାଉଥିବା ଖାଦ୍ୟ ଆମ ଶରୀର କିପରି ବ୍ୟବହାର କରେ ବୋଲି ପଚାରନ୍ତୁ? ଆମର ବୃହଦାନ୍ତ୍ର କେତେ ଲମ୍ବା? କୁର୍ମି ଆମ ଖାଦ୍ୟକୁ କିପରି ଖାଇଥାଏ? ଗୋଟିଏ ଟେପୱର୍ମ ଲମ୍ବରେ କେତେ ବଢିଥାଏ? କେତେ ପ୍ରକାରର କୁର୍ମି ବିଷୟରେ ତୁମେ ଜାଣିଛ? ଆପଣ ରହୁଥିବା ସ୍ଥାନରେ କେଉଁ ପ୍ରକାର କୁର୍ମି ସାଧାରଣତଃ ଦେଖାଯାଏ? ଆପଣଙ୍କର କୁର୍ମି ହୋଇଥାଇ ପାରେ ବୋଲି କଣ ଲକ୍ଷଣ ସବୁ ଅଛି? ଆପଣ କେଉଁଠି ଡି-ୱର୍ମିଙ୍ଗ ଔଷଧ ପାଇ ପାରିବେ ଏବଂ କେଉଁ ମାନେ ଏହା ଖାଇବା ଆବଶ୍ୟକ? ପ୍ରତି ଦିନ ଗୋଟେ କୁର୍ମି କେତୋଟି ଅଣ୍ଡା ଦେଇଥାଏ? ଆମ ଶରୀରରୁ ଖାଦ୍ୟ ସହ ଭିଟାମିନ A ଭଳି ପୋଷଣ କୁର୍ମି ଖାଇ ଯାଇ ପାରେ – ଆପଣ କହି ପାରିବେ କି ଭିଟାମିନ A ଆମେ କାହିଁକି ଆବଶ୍ୟକ କରୁ? ଶିଶୁ କୁର୍ମିକୁ ଲାର୍ଭ କୁହାଯାଏ । କେଉଁ କୁର୍ମି ଲାର୍ଭ ଆମ ଶରୀରର ଭିତରକୁ ଚର୍ମ ଦେଇ ପ୍ରବେଶ କରିଥାନ୍ତି? ଶୌଚାଳୟ ବ୍ୟବହାର କରି ଏବଂ ନିରାପଦରେ ଶୌଚ ହେବା କିପରି କୁର୍ମି ବିସ୍ତାର ବନ୍ଦ କରିବାରେ ସାହାଯ୍ୟ କରିଥାଏ? ଆମ ସ୍କୁଲରେ ଡି-ୱର୍ମିଙ୍ଗ ଦିବସ ଅଛି କି? ସେମାନେ କେତେବେଳେ? ଏକ ହିଁ ଦିନରେ କାହିଁକି ପ୍ରତ୍ୟେକେ ଡି-ୱର୍ମିଙ୍ଗ ବଟିକା ଖାଆନ୍ତି? ପୃଥିବୀରେ କେତେ ପିଲାଙ୍କର କୁର୍ମି ଅଛି? କୁର୍ମି ବିସ୍ତାର ଆମେ ବନ୍ଦ କରିବା କାହିଁକି ଗୁରୁତ୍ଵପୂର୍ଣ୍ଣ? ଆମର ପାଚକ ପ୍ରଣାଳୀ ବିଷୟରେ – ଏହା କିପରି କାର୍ଯ୍ୟ କରିଥାଏ ଏବଂ ଏହାର କାର୍ଯ୍ୟ ବନ୍ଦ କରିବା ପାଇଁ କୁର୍ମି କଣ କରିଥାଏ? ଗୋଟେ କୁର୍ମି ଅଣ୍ଡା କେତେ ଛୋଟ ହୋଇଥାଏ? ସବୁଠୁ ଛୋଟିଆ ଜିନିଷ ତୁମେ କଣ ଜାଣିଛ? ପାଣି ସଫା ଅଛି କି ମଇଳା ଅଛି ଆମେ କିପରି କହି ପାରିବା? ବଢିବା ପାଇଁ ଗଛ କଣ ଆବଶ୍ୟକ କରେ? ଆମେ ଗଛ ପାଇଁ କିପରି ନିରାପଦ ଖତ ପ୍ରସ୍ତୁତ କରିପାରିବା?

ଏକ ଟିପି ପାଇପ କିମ୍ବା ଗୋଟେହାତ ଧୁଆ ଷ୍ଟେସନ କିମ୍ବା ଗୋଟେ ଶୂନ୍ୟସ୍ଥାନ ପୂରଣ କର ଶବ୍ଦ ଖେଳ ଅନ୍ୟ ଯେକୌଣସି ଜିନିଷରେ ଅଧିକ ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ ଦୟାକରି www.childrenforhealth.org କିମ୍ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

9. ଦୁର୍ଘଟଣା ଏବଂ ଆଘାତ ନିରାକରଣ (Oriya, Accidents & Injury Prevention)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ବିଷୟ 9 ଉପରେ 10 ଟି ବାର୍ତ୍ତା ଦିଆଯାଇଛି: ଦୁର୍ଘଟଣା ଏବଂ ଆଘାତ ନିରାକରଣ

  1. ଛୋଟ ପିଲାମାନଙ୍କ ପାଇଁ ରନ୍ଧା ସ୍ଥାନ ବିପଦପୂର୍ଣ୍ଣ । ନିଆଁ ଏବଂ ତୀକ୍ଷଣ କିମ୍ବା ଭାରି ବସ୍ତୁ ଠାରୁ ସେମାନଙ୍କୁ ଦୂରରେ ରଖନ୍ତୁ ।
  2. ନିଆଁରୁ ବାହାରୁଥିବା ଧୁଆଁ ନିଶ୍ୱାସରେ ନେବା ପିଲାମାନେ ଏଡାଇ ଯିବା ଦରକାର । ଏହା ଅସୁସ୍ଥତା ଏବଂ କାଶର କାରଣ ହୋଇଥାଏ ।
  3. ଯେକୌଣସି ବିଷାକ୍ତ ଜିନିଷ ପିଲାମାନଙ୍କ ପହଞ୍ଚରୁ ଦୂରରେ ରଖିବା ଦରକାର । ଖାଲି ମୃଦୁ ପାନୀୟ ବଟଲରେ ବିଷ ଆଦି ରଖନ୍ତୁ ନାହିଁ ।
  4. କୌଣସି ଶିଶୁ ପୋଡି ଯାଇଥଲେ ସାଙ୍ଗେ ସାଙ୍ଗେ ପୋଡା ଉପରେ ଥଣ୍ଡା ପାଣି ବ୍ୟଥା କମ ହେବା ପର୍ଯ୍ୟନ୍ତ ଢାଳନ୍ତୁ (10 କିମ୍ବା ଅଧିକ ମିନଣ୍ଟ) ।
  5. ପ୍ରତିଦିନ ଯାନବାହାନ ଏବଂ ସାଇକେଲ ପିଲାମାନଙ୍କୁ ମୃତ୍ୟୁ ଏବଂ ଆଘାତ ଦେଇଥାଏ । ସମସ୍ତ ଯାନବାହାନ ପ୍ରତି ସାବଧାନ ରହନ୍ତୁ ଏବଂ କିପରି ନିରାପଦ ରହିବାକୁ ହେବ ଅନ୍ୟମାନଙ୍କୁ ମଧ୍ୟ ଦେଖାନ୍ତୁ ।
  6. ଛୁରୀ, କାଞ୍ଚ, ଇଲେକ୍ଟ୍ରିକ ପ୍ଲାଗ, ତାର, କଣ୍ଟା, ପିନ ଆଦି ଛୋଟ ପିଲାଙ୍କ ପାଇଁ ବିପଦ ଗୁଡିକୁ ଉପରେ ନଜର ରଖନ୍ତୁ ।
  7. ଛୋଟ ପିଲାନଙ୍କର ମାଟି ଖାଇବା କିମ୍ବା ଛୋଟ ଛୋଟ ଜିନିଷ ପାଟିରେ ମାରିବା କିମ୍ବା ପାଟି ପାଖକୁ ନେବା (ଉଦାହରଣ: ମୁଦ୍ରା, ବଟନ) ବନ୍ଦ କରନ୍ତୁ ଯେହେତୁ ସେଗୁଡିକ ନିଶ୍ଵାସ ବ୍ଲକ କରି ଦେଇ ପାରେ ।
  8. ପାଣି ପାଖରେ ଛୋଟ ପିଲାମାନଙ୍କର ଖେଳିବା ବନ୍ଦ କରନ୍ତୁ ଯେଉଁଥିରେ ସେମାନେ ପଡି ଯାଇ ପାରନ୍ତି (ନଦୀ, ହ୍ରଦ, ପୋଖରୀ, କୂଅ) ।
  9. ଘର କିମ୍ବା ସ୍କୁଲ ପାଇଁ (ସାବୁନ, କଇଁଚି, କୀଟାଣୁ ଶୋଧକ ଏବଂ ଏଣ୍ଟିସେପ୍ଟିକ କ୍ରିମ, ତୁଳା ଉଲ, ଥର୍ମାମିଟର, ବେଣ୍ଡିଜ/ପ୍ଲାଷ୍ଟର ଏବଂ ଓଆରଏସ) ଏକ ପ୍ରାଥମିକ ଚିକିତ୍ସା କିଟ ପ୍ରସ୍ତୁତ କରନ୍ତୁ ।
  10. କୌଣସି ନୂଆଁ ସ୍ଥାନକୁ ଛୋଟ ପିଲା ସହ ଆପଣ ଗଲାବେଳେ ସତର୍କ ରହନ୍ତୁ! ଛୋଟ ପିଲାମାନଙ୍କ ପାଇଁ ବିପଦ ବିଷୟରେ ଦେଖନ୍ତୁ ଏବଂ ପଚାରନ୍ତୁ

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ଦୁର୍ଘଟଣା ଏବଂ ଆଘାତ ନିବାରଣ କରିବା: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଭାଷାରେ ଆମ ନିଜ ଆମ ନିଜ ଶବ୍ଦ ବ୍ୟବହାର କରି ଆମର ନିଜ ଦୁର୍ଘଟଣା ଏବଂ ଆଘାତ ନିବାରଣ କରିବା ଉପରେ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଓ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ!
  • ବିଷ ଆଦି ନିରାପଦରେ ରଖିବା ବିଷୟରେ ପୋଷ୍ଟର କରନ୍ତୁ: ସେଗୁଡିକୁ କିପରି ଗଚ୍ଛିତ କରିବା, ସେଗୁଡିକ ଉପରେ ଲେବୁଲ ଲଗାଅ ଏବଂ ପିଲାମାନଙ୍କ ଠାରୁ ଦୂରରେ ରଖ ।
  • ଏକ ପ୍ରାଥମିକ ଚିକିତ୍ସା କିଟ ପ୍ରସ୍ତୁତ କରନ୍ତୁ ଯାହାକୁ କେହି ଆଘାତ ପାଇଲେ ଆମେ ବ୍ୟବହାର କରିପାରିବା ।
  • ଛୋଟ ପିଲାମାନେ ଖେଳିବା ପାଇଁ ନିରାପଦ ହୋଇଥିବା କଣ୍ଢେଇ ତିଆରି କରନ୍ତୁ ।
  • ନଦୀ କିମ୍ବା ହ୍ରଦ ପାଇଁ ଗୋଟେ ଦଉଡି ଏବଂ ଭେଳା ତିଆରି କରନ୍ତୁ ଯାହାକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଇ ପାରିବ ।
  • ଆମ ସ୍କୁଲ ପାଇଁ ଏକ ପ୍ରାଥମିକ ଚିକିତ୍ସା ଷ୍ଟେସନ ପ୍ରସ୍ତୁତ କରନ୍ତୁ ।
  • ଶିଶୁ ସୁରକ୍ଷା ପାଇଁ ସମସ୍ତଙ୍କ ସଚେତନତା ବଢେଇବା ପାଇଁ ଏକ ସୁରକ୍ଷା ଅଭିଯାନ ପ୍ରସ୍ତୁତ କରନ୍ତୁ ।
  • ଆମ ସମୁଦାୟରେ କେଉଁଠି ପାଣି ରହିଛି ଯେଉଁଠି ଶିଶୁମାନଙ୍କର ବୁଡି ଯିବାର ବିପଦ ଅଛି ଖୋଜି ବାହାର କରିବା ପାଇଁ ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ କଣ କରାଯାଇ ପାରିବ, ତା’ର ଗୋଟେ ସର୍ବେକ୍ଷଣ କରନ୍ତୁ
  • ଖେଳନ୍ତୁ କିନ୍ତୁ କାହିଁକି? ଘରେ ଦୁର୍ଘଟଣା ବିଷୟରେ ଖେଳ ।
  • ଆମ ଘରକୁ ଅଧିକତର ସୁରକ୍ଷିତ କରିବା ପାଇଁ ବିଭିନ୍ନ ଉପାୟ ଚିନ୍ତା କରନ୍ତୁ ଏବଂ ପୋଷ୍ଟର, ଗୀତ ଏବଂ ନାଟକରେ ଧାରଣା ଗୁଡିକୁ ଭାଗ କରନ୍ତୁ ।
  • ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ବୁଝନ୍ତୁଘର କିମ୍ବା ସ୍କୁଲ ପାଇଁ ଏକ ପ୍ରାଥମିକ ଚିକିତ୍ସା କିଟରେ ଆମେ କଣ କଣ ରଖିବା ଦରକାର ।
  • ଏକ ପୋଷ୍ଟର କିମ୍ବା ସ୍କେଚରେ ବିପଦ ଖୋଜନ୍ତୁ ପ୍ରସ୍ତୁତ କରି ଖେଳନ୍ତୁ ଏବଂ ଦେଖନ୍ତୁ ଆମେ ଦୁର୍ଘଟଣାର ସମସ୍ତ ବିପଦ ଖୋଜିପାରୁଛେ କି ନାହିଁ ।
  • ରାସ୍ତାରେ ଶିଶୁ ସୁରକ୍ଷା ସଚେତନତା ବଢେଇବା ପାଇଁ ଏକ ଅଭିଯାନ ଆରମ୍ଭ କରନ୍ତୁ ।
  • କୌଣସି ଶିଶୁର ଦେଖାଶୁଣା କରିବା ବେଳେ ସୁରକ୍ଷା ସଚେତନ ହେବା ପାଇଁ ରୋଲ ପ୍ଲେ କରନ୍ତୁ ।
  • ମୌଳିକ ପ୍ରାଥମିକ ଚିକିତ୍ସା ଶିଖନ୍ତୁ ତେବେ ଆମେ ଏକ ଆପାତକାଳୀନ ସ୍ଥିତିରେ ସାହାଯ୍ୟ କରି ପାରିବା, ଆମର ପ୍ରାଥମିକ ଚିକିତ୍ସା ଦକ୍ଷତା ବିକାଶ ଏବଂ ଅଭ୍ୟାସ କରିବାକୁ ରୋଲ ପ୍ଲେ କରନ୍ତୁ ଏବଂ ସେ ସବୁ ପରିବାର ଏବଂ ସାଙ୍ଗସାଥିଙ୍କ ସହ ଭାଗ କରନ୍ତୁ ।
  • ଛୋଟ ପିଲାମାନଙ୍କ ପାଇଁ ଆମ ଘର ଭିତରେ ଯେକୌଣସି ପ୍ରକାର ବିପଦ ନିର୍ଦ୍ଧାରଣ କରନ୍ତୁ ଏବଂ ଖୋଜି ବାହାର କରନ୍ତୁ ।
  • ଛୋଟ ପିଲାମାନଙ୍କୁ ଆଘାତର ବିପଦ ବିଷୟରେ ଆମେ ଯାହା ଜାଣିଛେ ତା’ ବଡ ମାନଙ୍କ ସହ ଭାଗ କରନ୍ତୁ ।
  • ଶିଶୁଟିଏ ଅଣନିଶ୍ଵାସୀ ହୋଇଗଲେ କଣ କରିବାକୁ ହେବ ଶିଖନ୍ତୁ ଏବଂ ବାପାମା, ଜେଜେ ବାପାମା, ଅଜା ଏବଂ ଭାଇଭଉଣି ମାନଙ୍କୁ ଦେଖାନ୍ତୁ ।
  • ଯେଉଁଠି ପୋଡିଯିବା, ପଡିଯିବା, ବୁଡିଯିବା କିମ୍ବା ବ୍ୟସ୍ତ ସଡକର ବିପଦ ଥାଏ ସେଠାରେ ସାଧାରଣ ବିପଦ ସବୁକୁ ଚିହ୍ନିବା ଶିଖନ୍ତୁ ।
  • ଘରେ ପୋଡିଯିବାର ବିପଦ କଣ କଣ ଅଛି ପଚାରନ୍ତୁ? ଜଣେ ପୋଡି ହୋଇଗଲେ ଆମେ କଣ କରିବା ଉଚିତ? ରୋଷେଇ ଘରେ ତତଲା ଜିନିଷ ଏବଂ ତତଲା ତରଳରୁ ପିଲାମାନଙ୍କୁ କିପରି ସୁରକ୍ଷିତ ରଖାଯାଇ ପାରିବ? ଆମ ସମୁଦାୟରେ, ଲୋକମାନେ ଶିଶୁ ଏବଂ ଛୋଟ ପିଲାମାଙ୍କୁ ବିପଦ ଠାରୁ ଦୂରରେ ରଖନ୍ତି କି? – କିପରି? ବଡ ପିଲା ଏବଂ ପ୍ରାପ୍ତ ବୟସକଙ୍କ ଅପେକ୍ଷା ଶିଶୁ ଏବଂ ଛୋଟ ପିଲାମାନେ ଅଣନିଶ୍ଵାସୀ ହେବାର ବିପଦ କାହିଁକି ଅଧିକ ଥାଏ? ଆମ ନିଜକୁ ବିପଦରେ ନ ପକେଇ ପାଣିରେ ଅସୁବିଧାରେ ଥିବା କାହାକୁ ଆମେ କିପରି ସାହାଯ୍ୟ କରିବା?

ଏକ ଟିପି ପାଇପ କିମ୍ବା ଗୋଟେ ପ୍ରାଥମିକ ଚିକିତ୍ସା କିଟରେ କଣ ରଖାଯିବ କିମ୍ବା କିମ୍ବା ବିପଦ ଗୁଡିକୁ ଖୋଜନ୍ତୁର ପୋଷ୍ଟର ଉଦାହରଣ ପାଇଁ ଅଧିକ ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ ଦୟାକରି www.childrenforhealth.org କିମ୍ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।

10. ଏଚଆଇଭି ଓ ଏଡସ (Oriya, HIV & AIDS)

100 ସ୍ୱାସ୍ଥ୍ୟ ବାର୍ତ୍ତା ଶିଶୁମାନେ ଶିଖିବା ଏବଂ ଭାଗ କରିବା ପାଇଁ 8-14 ବର୍ଷ ବୟସର ଶିଶୁ ମାନଙ୍କ ଉପଲକ୍ଷରେ ସରଳ, ଭରସାଯୋଗ୍ୟ ସ୍ୱାସ୍ଥ୍ୟ ଶିକ୍ଷା ବାର୍ତ୍ତା । ତେଣୁ ଏହା 10-14 ବର୍ଷର କିଶୋର କିଶୋରୀ ମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ଆମେ ଅନୁଭବ କରୁଛୁ ଯେ 10-14 ବର୍ଷ ବୟସର କିଶୋର ଓ କିଶୋରୀମାନେ ଅବଗତ ହୋଇଛନ୍ତି ବୋଲି ସୁନିଶ୍ଚିତ କରିବା ବିଶେଷ ଭାବେ ଦରକାର ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ବୟସ ସମୁଦାୟର ପିଲାମାନେ ପ୍ରାୟତଃ ସେମାନଙ୍କ ପରିବାରର ଛୋଟ ଶିଶୁମାନଙ୍କ ଦେଖାଶୁଣା କରିଥାନ୍ତି । ସେମାନେ ଏପରି ଭାବରେ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କରୁଥିବା କାମକୁ ସ୍ୱିକୃତି ଓ ପ୍ରଶଂସା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି 100 ବାର୍ତ୍ତାରେ ପ୍ରତ୍ୟେକ 10ଟି ପ୍ରଧାନ ସ୍ୱାସ୍ଥ୍ୟ ବିଷୟର 10 କରି ବାର୍ତ୍ତା ଅନ୍ତର୍ଭୁକ୍ତ ରହିଛି: ମେଲେରିୟା, ଡାଏରିୟା, ପୁଷ୍ଟି, ଥଣ୍ଡା କାଶ ଓ ଅସୁସ୍ଥତା, ଅନ୍ତ୍ରରେ କୃମି, ଜଳ ଓ ପରିମଳ ବ୍ୟବସ୍ଥା, ଟିକାଦାନ, ଏଚଆଇଭି ଓ ଏଡସ୍‌ ଏବଂ ଦୁର୍ଘଟଣା, ଆଘାତ ଓ ପ୍ରାରମ୍ଭିକ ଶୈଶବ ଅବସ୍ଥାର ବିକାଶ । ସରଳ ସ୍ୱାସ୍ଥ୍ୟ ବର୍ତ୍ତାଗୁଡ଼ିକ ପିତାମାତା ଓ ସ୍ୱାସ୍ଥ୍ୟ ଶିକ୍ଷାବିଦମାନଙ୍କ ଦ୍ୱାରା ଘରେ, ସ୍କୁଲରେ, କ୍ଲବରେ ଓ କ୍ଲିନିକରେ ଶିଶୁମାନଙ୍କ ସହିତ ବ୍ୟବହାର କରିବା ପାଇଁ ଉଦ୍ଦିଷ୍ଟ ।

ଏଠାରେ ପ୍ରସଙ୍ଗ 10ର 10 ଟି ବାର୍ତ୍ତା ଦିଆଯାଇଛି: ଏଚଆଇଭି ଓ ଏଡସ

  1. ଆମର ଶରୀର ଆଶ୍ଚର୍ଯ୍ୟଜନକ ଅଟେ, ଏବଂ ପ୍ରତି ଦିନ ଏହା ଆମକୁ ଆମେ ନିଶ୍ଵାସ, ଖାଦ୍ୟ, ପାନୀୟ, କିମ୍ବା ସ୍ପର୍ଶରେ ନେଉଥିବା ଜୀବାଣୁ ମାନଙ୍କଠାରୁ ବିଶେଷ ବାଟରେ ସୁରକ୍ଷିତ ରଖିଥାଏ ।
  2. ଏଚଆଇଭି ଏକ ଜୀବାଣୁ ଅଟେ ଯାହାକୁ ଭାଇରସ କୁହାଯାଏ (V ଅର୍ଥ ଭାଇରସ) । ଏହା ଏକ ବିଶେଷ ଭାବେ ବିପଦ ପୂର୍ଣ୍ଣ ଭାଇରସ ଯାହା ଅନ୍ୟାନ୍ୟ ଜୀବାଣୁ ଠାରୁ ଶରୀର କରୁଥିବା ନିଜ ରକ୍ଷାକୁ ଏହା ବନ୍ଦ କରି ଦେଇଥାଏ ।
  3. ଏଚଆଇଭି ବିପଦପୂର୍ଣ୍ଣ ହେବାକୁ ବନ୍ଦ କରିବା ପାଇଁ ବୈଜ୍ଞାନିକ ମାନେ ଔଷଧ ବାହାର କରିଛନ୍ତି କିନ୍ତୁ ଶରୀରରୁ ଏହାକୁ ସଂପୂର୍ଣ୍ଣ ରୂପେ ବାହାର କରି ଦେବା ପାଇଁ କେହି କୌଣସି ପ୍ରକାର ଉପାୟ ବାହାର କରି ପାରି ନାହାନ୍ତି ।
  4. ସମୟ ଚାଲିଗଲା ପରେ ଏବଂ ବିନା ଔଷଧରେ ଏଚଆଇଭି ଥିବା ଲୋକମାନଙ୍କର ଏଇଡ୍ସ ହୋଇଥାଏ । ଏଇଡ୍ସ ଏକ ଗମ୍ଭୀର ରୋଗର ସମୂହ ଯାହା ଶରୀରକୁ ଦୁର୍ବଳରୁ ଦୁର୍ବଳ କରିଥାଏ ।
  5. ଏଚଆଇଭି ଦୃଶ୍ୟମାନ ନୁହେଁ ଏବଂ ଯୌନ କ୍ରିୟା ବେଳେ ଏହା ରକ୍ତ ଏବଂ ଶିରୀରର ଅନ୍ୟାନ୍ୟ ତରଳରେ ରହିଯାଏ । ଏଚଆଇଭି ସଞ୍ଚାରଣ ହୋଇଥାଏ (1) ଯୌନ କ୍ରିୟା ବେଳେ, (2) ସଂକ୍ରମିତ ମା’ଠାରୁ ଶିଶୁକୁ ଏବଂ (3) ରକ୍ତରେ ।
  6. ଯୌନ କ୍ରିୟାରୁ ଏଚଆଇଭି ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ (1) ଯୌନ କ୍ରିୟା କରି ନଥାନ୍ତି, (2) ଏକ ବିଶ୍ଵାସଯୋଗ୍ୟ ସମ୍ପର୍କରେ ରହିଥିବା କିମ୍ବା (3) କଣ୍ଡମ ବ୍ୟବହାର କରି ଯୌନ କ୍ରିୟା କରିଥାନ୍ତି (ସୁରକ୍ଷିତ ଯୌନ କ୍ରିୟା) ।
  7. ଏଚଆଇଭି ଏବଂ ଏଇଡ୍ସ ଥିବା ବ୍ୟକ୍ତିଙ୍କ ସହ ଆପଣ ଖେଳିବା, ଖାଦ୍ୟ ଭାଗ କରିବା, ହାତ ଧରିବା ଏବଂ ଆଲିଙ୍ଗନ କରି ପାରିବେ । ଏସବୁ କାର୍ଯ୍ୟ ନିରାପଦ ଏବଂ ଆପଣ ଏହି ବାଟରେ ଭାଇରସ ପାଇବେ ନାହିଁ ।
  8. ଏଚଆଇଭି ଏବଂ ଏଇଡ୍ସ ଥିବା ବ୍ୟକ୍ତି ବେଳେ ବେଳେ ଭୟଭୀତ ଏବଂ ଦୁଖ ଅନୁଭବ କରି ଥାନ୍ତି । ଅନ୍ୟ ମାନଙ୍କ ଭଳି ସେମାନେ ସ୍ନେହ ଏବଂ ସହାୟତା ଚାହିଁଥାନ୍ତି, ଏବଂ ସେମାନଙ୍କର ପରିବାର ବି ଏହା ଚାହିଁଥାନ୍ତି । ସେମାନେ ସେମାନଙ୍କର ଦୁଶ୍ଚିନ୍ତା ବିଷୟରେ କଥାବାର୍ତ୍ତା କରିବା ଦରକାର ।
  9. ନିଜକୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ, ଯେଉଁ ଲୋକମାନେ ସେମାନଙ୍କୁ ଏଚଆଇଭି କିମ୍ବା ଏଇଡ୍ସ ହୋଇଛି ବୋଲି ଭାବୁଛନ୍ତି ସେମାନେ କୌଣସି କ୍ଲିନିକ କିମ୍ବା ହସ୍ପିଟାଲ ଯାଇ ପରୀକ୍ଷଣ ଏବଂ ପରାମର୍ଶ କରି ଦେବା ଦରକାର ।
  10. ଅଧିକାଂଶ ଦେଶରେ ଏଚଆଇଭି ପଜିଟିଭ ଲୋକମାନେ ସାହାଯ୍ୟ ଏବଂ ଚିକିତ୍ସା ପାଇଥାନ୍ତି । ଏଣ୍ଟିରେଟ୍ରୋଭାଇରଲ ଥିରାପି (ଏଆରଟି) ସେମାନଙ୍କୁ ଲମ୍ବା ଜୀବନ ଜିଇଁବାରେ ସାହାଯ୍ୟ କରିଥାଏ ।

ଏହି ସ୍ୱାସ୍ଥ୍ୟ ବାର୍ତ୍ତାଗୁଡ଼ିକର ବିକାଶ ଓ ପର୍ଯ୍ୟାଲୋଚନା ସ୍ୱାସ୍ଥ୍ୟ ଶିକ୍ଷାବିଦ ଓ ଚିକିତ୍ସା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଛି., ଏବଂ ଓବିଆର ହେଲ୍‍ଥ ୱେବସାଇଟ: orbhealth.com ରେ ମଧ୍ୟ ଉପଲବ୍ଧ.

ଏଠାରେ କାର୍ଯ୍ୟକଳାପଗୁଡ଼ିକ ପାଇଁ କିଛି ଧାରଣା ଦିଆଯାଇଛି ଯାହା ଦ୍ଵାରା ପିଲାମାନେ ବିଷୟଟିକୁ ଆହୁରି ଅଧିକ ବୁଝିବେ ଏବଂ ବାର୍ତ୍ତାଗୁଡ଼ିକ ଅନ୍ୟମାନଙ୍କ ସହିତ ଭାଗ କରିପାରିବେ ।

ଏଚଆଇଭି ଏବଂ ଏଇଡ୍ସ: ପିଲାମାନେ କଣ କରି ପାରିବେ?

  • ଆମ ନିଜ ଭାଷାରେ ଆମ ନିଜ ଶବ୍ଦ ବ୍ୟବହାର କରି ଆମର ନିଜ ପାଇଁ ଏଚଆଇଭି ଏବଂ ଏଇଡ୍ସ ଉପରେ ବାର୍ତ୍ତା ତିଆରି କରନ୍ତୁ!
  • ବାର୍ତ୍ତାଗୁଡ଼ିକୁ ମୁଖସ୍ଥ କରନ୍ତୁ ତେବେ ଯାଇ ସେଗୁଡ଼ିକ ଆମେ କେବେହେଲେ ଭୁଲି ଯିବା ନାହିଁ!
  • ଅନ୍ୟ ପିଲା ଏବଂ ଆମ ପରିବାର ସହିତ ବାର୍ତ୍ତଗୁଡ଼ିକ ଭାଗ କରନ୍ତୁ ।
  • ଏଚଆଇଭି ଏବଂ ଏଇଡ୍ସ ଉପରେ ଲିଫଲେଟ ଏବଂ ତଥ୍ୟ ସଂଗ୍ରହ କରନ୍ତୁ ଏବଂ ସେ ସବୁକୁ ଆମ ସମୁଦାୟଙ୍କ ସହ ଭାଗ କରନ୍ତୁ ।
  • ଏଚଆଇଭି ଏବଂ ଏଇଡ୍ସ ଉପରେ ଆମ ପ୍ରଶ୍ନର ଉତ୍ତର ଦେବା ପାଇଁ ଜଣେ ସ୍ୱସ୍ଥ୍ୟ କର୍ମୀଙ୍କୁ ଆମ ସ୍କୁଲକୁ ନିମନ୍ତ୍ରଣ କରନ୍ତୁ ।
  • ଏଇଡ୍ସରେ ଆକ୍ରାନ୍ତ ଆମ ସମୁଦାୟର ଯେକୌଣସି ପିଲାକୁ ସାହାଯ୍ୟ କରିବା ପାଇଁ ଉପାୟ ବାହାର କରନ୍ତୁ ।
  • ଜୀବନରେଖା ଖେଳ ଖେଳନ୍ତୁ ଏବଂ ଆମକୁ ଏଚଆଇଭି ସହ ସମ୍ପର୍କ କରାଇ ପାରିବା ବିପଜ୍ଜନକ ବ୍ୟବହାର ବିଷୟଗୁଡିକୁ ଖୋଜି ବାହାର କରନ୍ତୁ ।
  • ବିଭିନ୍ନ ବାଟରେ ବ୍ୟକ୍ତିଠୁ ବ୍ୟକ୍ତିକୁ ଡେଉଁଥିବା ଏଚଆଇଭି ବିଷୟରେ ଏକ ଠିକ ଭୁଲ ଖେଳ ତିଆରି କରି ଖେଳନ୍ତୁ । ସାହାଯ୍ୟ କରିବା ପାଇଁ ଶେଷରେ ବ୍ୟବହାର କରନ୍ତୁ ପଚାରନ୍ତୁ ପ୍ରଶ୍ନ ।
  • ବିଶେଷ ବନ୍ଧୁତ୍ଵ ଏବଂ ଆମର ଯୌନ ଭାବନା ବିଷୟରେ କଥାବାର୍ତ୍ତା ହେବାରେ ସାହାଯ୍ୟ କରିବା ପାଇଁ ଜୀବନ କୌଶଳ ଶିକ୍ଷା କରନ୍ତୁ ।
  • ଆଶାର ଚଞ୍ଚଳତା ଖେଳ ଖେଳନ୍ତୁ ଏବଂ ଖୋଜି ବାହାର କରନ୍ତୁ ଆମର ବିଶେଷ ବନ୍ଧୁତ୍ଵରେ ଆମ ନିଜକୁ ଏଚଆଇଭି’ରୁ ସୁରକ୍ଷିତ ରଖିବା ପାଇଁ କେଉଁ ସବୁ ନିରାପଦ ବ୍ୟବହାର ବାଛି ପାରିବା ।
  • ଏଚଆଇଭି କିମ୍ବା ଏଇଡ୍ସ ଥିବା ବ୍ୟକ୍ତି ସାମନା କରୁଥିବା ସମସ୍ତ କଠିନତା ଏବଂ ଆମେ ତାଙ୍କୁ କିପରି ସାହାଯ୍ୟ କରିପାରିବା ବିଷୟରେ ଭାବନ୍ତୁ ।
  • ଏଚଆଇଭି ହୋଇଥିବା ରୋଲ ପ୍ଲେ କରନ୍ତୁ ଏବଂ ଏଚଆଇଭି ଥିବା ବ୍ୟକ୍ତି କିପରି ହୋଇଥାଏ ତାହା ଜାଣନ୍ତୁ ।
  • ଏଚଆଇଭି’ରେ ବଞ୍ଚିଥିବା ବ୍ୟକ୍ତି ଏବଂ ସେମାନେ ସାମନା କରୁଥିବା ସମସ୍ୟା ବିଷୟରେ ଶୁଣନ୍ତୁ ଏବଂ ସେ କାହାଣୀ ସବୁ ଆଲୋଚନା କରନ୍ତୁ ।
  • ଏଚଆଇଭି ଏବଂ ଏଇଡ୍ସ ବିଷୟରେ ଆମେ କେତେ ଜାଣିଛୁ ଜାଣିବା ପାଇଁ ଏକ କୁଇଜ ତିଆରି କରନ୍ତୁ ।
  • ଏଚଆଇଭି ଏବଂ ଏଇଡ୍ସ ଉପରେ ଆମ ପ୍ରଶ୍ନ ସବୁ ପାଇଁ ଆମ କ୍ଲାସରେ ଏକ ପ୍ରଶ୍ନ ପେଢି ଆରମ୍ଭ କରନ୍ତୁ ।
  • ଏଚଆଇଭି ଏବଂ ଏଇଡ୍ସ ବିଷୟରେ ଆମ ସ୍କୁଲପାଇଁ ଏକ ପୋଷ୍ଟର କରନ୍ତୁ ।
  • ମିନା ନାମକ ଏକ ଝିଅ କିମ୍ବା ରାଜୀବ ନାମକ ଏକ ପୁଅ ଏବଂ ଏଚଆଇଭି ଥିବା ତାଙ୍କର ମା’ ଏବଂ ମିନା ତା’ର ମା’ଙ୍କୁ ଏଆରଟି (ଏଣ୍ଟି-ରେଟ୍ରୋଭାଇରଲ) ଔଷଧ ନେବା ପାଇଁ କ୍ଲିନିକ ଯିବା ପାଇଁ କିପରି ପ୍ରବାର୍ତ୍ତାଉଛି ବିଷୟରେ ଏକ ନାଟକ ତିଆରି କରନ୍ତୁ ।
  • ଆମ ସ୍କୁଲ ଏବଂ ଆମ ପରିବାରରେ ସଚେତନତା ବଢେଇବା ପାଇଁ ଏକ ଏଚଆଇଭି ଏବଂ ଏଇଡ୍ସ କ୍ଲବ ଆରମ୍ଭ କରନ୍ତୁ ।
  • ପଚାରନ୍ତୁ ଆମ ପ୍ରତିରୋଧକ ପ୍ରଣାଳୀ କିପରି କାମ କରୁଛି ? ଆମ ପ୍ରତିରୋଧକ ପ୍ରଣାଳୀକୁ କାର୍ଯ୍ୟ କରିବା ପାଇଁ ମଜବୁତ ଏବଂ ପ୍ରସ୍ତୁତ ରଖିବା ପାଇଁ କେଉଁ ଖାଦ୍ୟ ସାହାଯ୍ୟ କରିଥାଏ? ଏଚଆଇଭି କଣ ଏବଂ ଏଇଡ୍ସ କଣ? ଏହି ଅକ୍ଷର ଗୁଡିକ କଣ ପାଇଁ ଛିଡା ହୋଇଛନ୍ତି? ଏଚଆଇଭି ହୋଇଛି ବୋଲି ଜାଣିବା ପରେ ଜଣଙ୍କର କଣ ହୋଇଥାଏ? ଏଇଡ୍ସ ହୋଇଛି ବୋଲି ଜାଣିବା ପରେ ଜଣଙ୍କର କଣ ହୋଇଥାଏ? ବ୍ୟକ୍ତିଠୁ ବ୍ୟକ୍ତିକୁ ଏଚଆଇଭି କିପରି ଡେଉଁଥାଏ? ଏହା କିପରି ହୋଇନଥାଏ? ଏହା ବିରୁଦ୍ଧରେ ଆମେ ନିଜକୁ କିପରି ସୁରକ୍ଷିତ ରଖିପାରିବା? ଏଚଆଇଭି ପାଇଁ ଲୋକମାନେ କିପରି ପରୀକ୍ଷିତ ଏବଂ ଚିକିତ୍ସିତ ହୋଇଥାନ୍ତି? ମା’ଠାରୁ ସେମାନଙ୍କ ଶିଶୁ ପାଖକୁ ଏଚଆଇଭି ସଂକ୍ରମିତ ହେବା ବିପଦକୁ ଔଷଧ କିପରି ହ୍ରାସ କରିବାରେ ସାହାଯ୍ୟ କରି ପାରେ? ଏଆରଟି (ଏଣ୍ଟି-ରେଟ୍ରୋଭାଇରଲ) କିପରି କାମ କରିଥାଏ ଏବଂ ଜଣେ କେତେ ବେଳେ ଏହା ସେବନ କରିବା ଉଚିତ? ଆମର ବନ୍ଧୁତା କେତେ ବେଳେ ଏବଂ କିପରି ଯୌନ ସମ୍ପର୍କରେ ବଦଳି ଯାଇଥାଏ? ଜଣେ କିପରି ସଠିକ ଭାବେ କଣ୍ଡମ ବ୍ୟବହାର କରିଥାଏ? (ପୁରୁଷ/ସ୍ତ୍ରୀ) ଏଚଆଇଭି’ରେ ବଞ୍ଚିଥିବା ଆମର ସାଙ୍ଗସାଥି ଏବଂ ପରିବାର ଲୋକଙ୍କୁ ସୁସ୍ଥ ଏବଂ ଭଲ ରଖିବା ପାଇଁ ସର୍ବୋତ୍ତମ ସହାୟତାର ବାଟ କଣ? ଏଚଆଇଭି ଏବଂ ଏଇଡ୍ସ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ନିକଟତମ କ୍ଲିନିକ କେଉଁଠି ଅଛି?

ଜୀବନରେଖା ଖେଳ କିମ୍ବାଆଶାର ଚଞ୍ଚଳତା ଖେଳ କିମ୍ବା ଠିକ କିମ୍ବା ଭୁଲ ଖେଳର ଏକ ଉଦାହରଣ କିମ୍ବା ଅନ୍ୟ କୌଣସି ତଥ୍ୟ ଉପରେ ଅଧିକ ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ ଦୟାକରି www.childrenforhealth.org ବା clare@childrenforhealth.org ରେ ସମ୍ପର୍କ କରନ୍ତୁ ।